ମୁଖ୍ୟ ଖବର
ପୂର୍ବ ଅନେକ ଯୋଗୀ ଥିଲେ, ଯେଉଁମାନେ ଯୋଗ ବଳରେ ଅସାଧ୍ୟ ସାଧନ କରି ପାରୁଥିଲେ ଯୋଗଶାସ୍ତ୍ର ସମ୍ୱନ୍ଧ ବର୍ତ୍ତମାନ ଯୁଗରେ ଇଭାନ୍ସ ସାହେବ ଖଣ୍ଡେ ପୁସ୍ତକ ଇଂରେଜ ଭାଷାରେ ପ୍ରଣୟନ କରିଛନ୍ତି ସେ ଲେଖିଛନ୍ତି, ଭାରତର ଯୋଗଶାସ୍ତ୍ର ପ୍ରକୃତ ସତ୍ୟ ଶାସ୍ତ୍ର; ଏପରି ଶାସ୍ତ୍ର ଇଉରୋପେରେ ନାହିଁ ସେ ଯୋଗ ଶାସ୍ତ୍ରରେ ଆକୃଷ୍ଟ ହୋଇ ଯୋଗ ସାଧନା କରୁଅଛନ୍ତି ତାଙ୍କ ଗ୍ରନ୍ଥରେ ଯୋଗଶାସ୍ତ୍ରର ମାହାତ୍ମ୍ୟ ଓ ଯୋଗୀର ଅଦ୍ଭୁତ କ୍ଷମତା ଅନେକ ବ୍ୟାଖ୍ୟାତ ହୋଇଅଛି ଅତି ଅଳ୍ପ କାଳ ପୂର୍ବେ ଯୋଗୀ ତୈଲଙ୍ଗ ସ୍ୱାମୀ ଯୋଗବଳରେ ଅଦ୍ଭୁତ ବ୍ୟାପାର ମାନ ଦେଖାଇ ଯାଇଛନ୍ତି ।
ଯୋଗ ପ୍ରଧାନତଃ ୨ ପ୍ରକାର—ହଟ ଓ ସାଂଖ୍ୟ ବା ଜ୍ଞାନ ହଟ ଯୋଗଦ୍ୱାରା ଅନେକଗୁଡିଏ ପ୍ରକ୍ରିୟା ସାଧନ କରିବାକୁ ହୁଏ, ଯଥା:—ଶୋଧନ, ଧୌତି, ବସ୍ତି, ନେତି, ଆସନ, ମୁଦ୍ରା, ବନ୍ଧ, ପ୍ରତ୍ୟାହାର, ପ୍ରାଣାୟାମ, ଯୋଗ— ଧ୍ୟାନ, ଧାରଣା, ସମାଧି ଏସବୁ ଯୋଗର ବାହ୍ୟ ଅଙ୍ଗ ଉପାଙ୍ଗ ଏ ସମସ୍ତ ସିଦ୍ଧିରେ ହେଲେ ଅବଶେଷରେ ଆଧ୍ୟାତ୍ମିକ ଆଦି ଉପାୟ ଅବଲମ୍ୱନ କରି ଅନାଦି ଅନନ୍ତ ଅଚିନ୍ତ୍ୟ ଅବ୍ୟକ୍ତ ପରମାତ୍ମାଙ୍କଠାରେ ଲୀନ ହେବାକୁ ହୁଏ ।
ଯୋଗ ସମ୍ୱନ୍ଧରେ ଅନେକ ଶାସ୍ତ୍ର ଅଛି—ଯୋଗସଂହିତା, ଶିବ ଗୀତା, ହଟପ୍ରଦୀପିକା, ଘେରଣ୍ଡ ସଂହିତା, ଗୋରକ୍ଷ ସଂହିତା, ଦତ୍ତାତ୍ରେୟଯୋଗ, ଷଟ୍ଚକ୍ର ଯୋଗାର୍ଣ୍ଣବ, ଜ୍ଞାନ ସାର, ସଂମ୍ମୋହନ, ତାରା ରହସ୍ୟ, ନିର୍ବାଣତନ୍ତ୍ର, ଯାମଳ ଏସବୁ କର୍ମଯୋଗର ପ୍ରଧାନ ଶାସ୍ତ୍ର ପାତଞ୍ଜଳ ଦର୍ଶନ, ସାଂଖ୍ୟଦର୍ଶନ, ଅଷ୍ଟବକ୍ର ସଂହିତା, ଯୋଗ ପ୍ରଦୀପିକା, ଭଗବଦ୍ଗୀତା, ଜ୍ଞାନ ସଂକଳନ ପ୍ରଭୃତି ଅଧ୍ୟାତ୍ମଯୋଗର ପ୍ରଧାନ ଶାସ୍ତ୍ର ଯୋଗଶାସ୍ତ୍ର ଶିବୋକ୍ତ ବୋଲି କଥିତ ଏହା ଛଡ଼ା ଘେରଣ୍ଡ, ବ୍ୟାସ, ଚଣ୍ଡକପାଳିକ, ଗୋରକ୍ଷନାଥ, ଆଦିନାଥ, ଅଷ୍ଟବକ୍ର, ଦତ୍ତାତ୍ରେୟ, ପତଞଳି, ପୂର୍ଣ୍ଣାନନ୍ଦ ପ୍ରଭୃତି ମହର୍ଷି— ମାନେ ଅନେକ ଗ୍ରନ୍ଥ କରିଯାଇଛନ୍ତି ଶିବ, ଦତ୍ତାତ୍ରେୟ, ପତଞ୍ଜଳି, କପିଳ ପ୍ରଭୃତି ପ୍ରାଚୀନ କାଳର ଘେରଣ୍ଡ, ଗୋରକ୍ଷନାଥ ପ୍ରଭୃତି ମଧ୍ୟଯୁଗର ପୂର୍ଣ୍ଣାନନ୍ଦ, ବ୍ରହ୍ମାନନ୍ଦ ପ୍ରଭୃତି ଆଧୁନିକ ଯୁଗର ।
ସ୍ୱରୋଦୟ ଶାସ୍ତ୍ର ମଧ୍ୟ ଯୋଗ ସମ୍ୱନ୍ଧୀୟ ଏହାଦ୍ୱାରା ନାଡ଼ୀନିରୂପଣ, ପ୍ରାଣାଦିବାୟୁର ସଂସ୍ଥାନ ସ୍ୱର ସାଧନ ପ୍ରଭୃତିଦ୍ୱାରା ଭୂତ, ଭବିଷ୍ୟତ, ବର୍ତ୍ତମାନ, ତ୍ରିକାଳଜ୍ଞତା ଲାଭ ହୁଏ ଏହାକୁ ପବନବିଜୟ ସ୍ୱରୋଦୟ କହନ୍ତି ଏ ଶାସ୍ତ୍ର ମଧ୍ୟ ଶିବ— କଥିତ ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱରୋଦୟ ଶାସ୍ତ୍ର ଅଛି:— ଗରୁଡ଼ ପୁରାଣୋକ୍ତ ସ୍ୱରୋଦୟ, ନରପତିଜୟଚର୍ଯ୍ୟ୍ୟା, ଯୋଗ, ବର୍ଣ୍ଣ ଆଦି ନାନା ପ୍ରକାର ସ୍ୱରୋଦୟ ଗ୍ରନ୍ଥଅଛି ଏ ସମସ୍ତ ଶାସ୍ତ୍ର ଅମୂଲ୍ୟ ଏସବୁ ଶାସ୍ତ୍ରଚର୍ଚା କରିବା ପାଇଁ ଆମଦେଶର ଲୋକେ ବୀତଶ୍ରଦ୍ଧ, ମାତ୍ର ଆମେରିକା ପ୍ରଭୃତି ସମୁଦ୍ର ପର ପାରସ୍ଥ ଦେଶର ପଣ୍ଡିତମାନେ ଏସବୁ ଶାସ୍ତ୍ର ଆଲୋଚନା କରି ତହିଁରୁ ସାର ସଂଗ୍ରହ କରୁଅଛନ୍ତି ମୁସଲମାନମାନଙ୍କ ରାଜତ୍ୱ ସମୟରେ ଏହିପରି ଅସଂଖ୍ୟ ଯୋଗଶାସ୍ତ୍ର ଲୋପ ହୋଇଛି ଏବଂ ବର୍ତ୍ତମାନ ଯାହା କିଛି ଅବଶିଷ୍ଟ ଅଛି ତାହା ମଧ୍ୟ ଆମ୍ଭମାନଙ୍କ ଅବହେଳା ଓ ଅନାସ୍ଥା ହେତୁ ଧ୍ୱଂସ ହେଉଅଛି, ଯାହା ବା ପୁସ୍ତକ ଯେଉଁଠି ଅଛି ତାକୁ ମଧ୍ୟ ଲୋକେ କୁସଂସ୍କାରବଶବର୍ତ୍ତୀ ହୋଇ ପଦାକୁ ବାହାର କରୁନାହାନ୍ତି ଯାହା କିଛି ଅବା ପଦାକୁ ବାହାରୁଛି ତାହା ପ୍ରତି ଲୋକଙ୍କର ଶ୍ରଦ୍ଧା ନାହିଁ
ଯୋଗ ଶାସ୍ତ୍ର ପାଠ କଲେ ଅନେକ ବିଷୟ ଜଣାଯାଏ, ଯଥା,— ତତ୍ତ୍ୱଜ୍ଞାନ, ଅବିଦ୍ୟା ଓ ମାୟା, ଅଭିବ୍ୟକ୍ତିବାଦ, ପ୍ରଜ୍ଞାବାଦ, ବିଜ୍ଞାନରେ ଈଶ୍ୱର, ବ୍ରହ୍ମ କଅଣ, ଜୀବ ଓ ଈଶ୍ୱର ଭେଦ, ବହ୍ମସ୍ୱରୂପେ, ଜୀବର ସ୍ୱାଧୀନତା, ଈଶ୍ୱର ଉପାସନାରେ ପ୍ରୟୋ— ଜନ କଅଣ, ଧର୍ମ କଅଣ ଧର୍ମ ଶକ୍ତି, ଯୋଗତତ୍ତ୍ୱ, କର୍ମ— ଯୋଗ, ସତ୍ ଓ ଅସତ୍ କର୍ମର ଶକ୍ତି, କର୍ମର ଆବଶ୍ୟକତା, ସକାମ ଓ ନିଷ୍କାମ କର୍ମ, ନିତ୍ୟକର୍ମ, ମଧ୍ୟାହ୍ନ କ୍ରିୟା, ଆହାର, ଅଧିକାରଭେଦରେ କାର୍ଯ୍ୟଭେଦ, ଅର୍ଥପାର୍ଜ୍ଜନ, ପରାହ୍ନ କୃତ୍ୟ, ଦାରାଭିଦରେ ଓ ତତ୍ଶକ୍ତି, କର୍ମଯୋଗୀର ସିଦ୍ଧ ଅବସ୍ଥ, ଜ୍ଞାନ ଯୋଗ, ଜ୍ଞାନର ଉକôର୍ଷ, ଜ୍ଞାନଯୋଗର ସିଦ୍ଧାବସ୍ଥ; ଭକ୍ତି ଯୋଗ, ଜ୍ଞାନ, ଭକ୍ତି ଓ ବିଶ୍ୱାସ, ବିଶ୍ୱାସ ମୂଳରେ ଇଶ୍ୱର, ଭକ୍ତିଲଭ୍ୟ ଭଗବାନ, ଭକ୍ତି ଓ ଭାବ, ପ୍ରେମ, ପ୍ରେମଦ ଅବଲମ୍ୱନ, ପ୍ରେମର ସାଧନା, ଭକ୍ତିଯୋଗରେ ସିଦ୍ଧାବସ୍ଥ; ଯୋଗାନୁଶାସନ, ଯମ, ନିୟମ, ଆସନ ପ୍ରାଣାୟାମ, ପ୍ରାଣାୟାମ ଶିକ୍ଷର୍ଥୀଛାତ୍ରର ଜ୍ଞାତବ୍ୟ, କୁଣ୍ଡଳିନୀ, କୁଣ୍ଡଳିନୀର ବିବରଣ, କୁଣ୍ଡଳିନୀ ଶକ୍ତିର ଜାଗରଣ, ଷ୍ ଚତ୍ରଭେଦ, ପ୍ରାଣାୟାମ ଶିକ୍ଷା କରିବାର ସହଜ ଉପାୟ, ପ୍ରତ୍ୟାହାର, ସାଧନ, ଧାରଣା, ଧ୍ୟାନ, ସମାଧି, ତ୍ରାଟକ ଯୋଗ, ଅଷ୍ଟଶ୍ୱର୍ଯ୍ୟ, ବିଭୁତି ଲାଭ, କୈବଲ୍ୟ, ମୃତୁ୍ୟଜ୍ଞାନ, ବିନା ଔଷଧରେ ରୋଗମୁକ୍ତି
Comments ସମସ୍ତ ମତାମତ