Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପୁରୁଷ ହକି ବିଶ୍ୱକପ: ଆଜିଠୁ ସେମି ଫାଇନାଲ

    Share on :
    ajab-Image
    Date: Jan 27, 2023    Views: 3934

    ଭୁବନେଶ୍ୱର : ହକି ବିଶ୍ୱକପ ପାଇଁ ଆଜିଠାରୁ ସେମି ଫାଇନାଲ ଟକ୍କର । ଫାଇନାଲ ଟିକେଟ ପାଇଁ ୪ଟି ଟିମ୍ ଟର୍ଫକୁ ଓହ୍ଲାଇବେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲ ମୁକାବିଲା। ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଜର୍ମାନୀ । ସେହିଭଳି ଦ୍ବିତୀୟ ସେମିରେ ବେଲଜିୟମ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ହେବ ମୁକାବିଲା ।

    ବିଶ୍ୱର ୪ଟି ଶ୍ରେଷ୍ଠ ଟିମ୍ ସେମିରେ ପ୍ରବେଶ କରିଥିବା ବେଳେ ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି । ଏଥିସହିତ ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ । ତେବେ ଚଳିତ ବିଶ୍ୱକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ରହିଛି ।

    ସେପଟେ ହକି ବିଶ୍ୱକପରେ ପୋଜିସନ୍ ପାଇଁ ଖେଳାଯାଉଥିବା ଏକ ମ୍ୟାଚ୍ ରେ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଛି ଭାରତ । ରାଉରକେଲାରେ ଖେଳାଯାଇଥିଲା ଏହି ମ୍ୟାଚ୍ । ବିଶ୍ୱକପ ଦୌଡ଼ରୁ ଭାରତୀୟ ହକି ଦଳ ବାଦ୍ ପଡିସାରିଥିବା ବେଳେ ଜାପାନ ବିରୋଧରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ବିଜୟ ସହ ଭାରତ ବିଶ୍ୱକପରେ ନବମ ସ୍ଥାନରେ ରହିଛି।

    Maximum 500 characters

    ଖେଳ ଖବର View all

    Find Us on Facebook