Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

T20 WORLDCUP

ମୁଖ୍ୟ ଖବର

    ଆଜିଠୁ ଆରମ୍ଭ ବିଶ୍ୱକପ ଟି-ଟ୍ୱେଣ୍ଟି ମହାସମାରହ

    Share on :
    ajab-Image
    Date: Oct 16, 2022    Views: 3021

    କ୍ରିକେଟର ତିନୋଟି ଫର୍ମାଟ ମଧ୍ୟରୁ  ଟି-ଟ୍ୱେଣ୍ଟି  ଲୋକପ୍ରିୟ ସର୍ବାଧିକ । ପ୍ରତି ମୁହୂର୍ତ୍ତରେ ଛକା ,ଚୌକାର ବର୍ଷା । ଓଭରର ପ୍ରତି ବୋଲକୁ ନେଇ ହିଏ ଅଙ୍କ କଷା । ସୀମିତ ସମୟ ମଧ୍ୟରେ ଦର୍ଶକ ଟି-ଟ୍ୱେଣ୍ଟିରୁ ଭରପୁର ରୋମାଞ୍ଚ ନେଇଥାନ୍ତି । ତେଣୁ ଖୁବ ଅଳ୍ପ ବର୍ଷ ମଧ୍ୟରେ ଏହି ଫର୍ମାଟ ପ୍ରଶଂସକ ଓ ଦର୍ଶକଙ୍କ ଅତି ପ୍ରିୟ ହୋଇପାରିଛନ୍ତି ।ମାତ୍ର ପ୍ରତ୍ୟେକ ଫର୍ମାଟର ରେମାଞ୍ଚ ଓ ସ୍ୱତନ୍ତ୍ରତା ଭିନ୍ନ ।  କେହି କାହାସ ତୁଳନୀୟ ନୁହେଁ । ପ୍ରକୃତରେ କ୍ରିକେଟପ୍ରେମୀ ହିଁ ତାହାର ସ୍ୱତନ୍ତ୍ରତାକୁ ବୁଝିଥାନ୍ତି । ଯେହେତୁ ଆମେ ଟି-ଟ୍ୱେଣ୍ଟି କ୍ରିକେଟ କଥା କହୁଛେ, ତେଣୁ କେବଳ ଏ ବିଷୟରେ ହିଁ ଆଲୋଚନା କରିବା ।

    ୨୦୦୭ ମସିହାରୁ ଟି-ଟ୍ୱେଣ୍ଟି ବିଶ୍ୱକପ ଆରମ୍ଭ ହୋଇଥିଲା । ଦକ୍ଷିଣ ଆଫ୍ର୍ରିକାରେ ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା ।୧୨ଟି ଦଳ ଏଥିରେ ଭାଗ ନେଇଥିଲେ । ଭାରତ ପ୍ରତମ ଟି-ଟ୍ୱେଣ୍ଟି ବିଶ୍ୱ  ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା । ଇତିମଧ୍ୟରେ ୭ଟି ସଂସ୍କରଣ  ବେଷ ସଫଳତା ସହ ଶେଷ ହୋଇଛି । ମହାମାରୀ ଯୋଗୁ ୨୦୨୨ ସଂସ୍କରଣ ଘୁଞ୍ଚôଯାଇ ୨୦୨୧ରେ ଆୟୋଜିତ ହୋଇଥିଲା ।  ଭାରତ  ଏହାର ଆୟୋଜନ ଅଧିକାର ପାଇଥିଲା । ଦେଶରେ ସଂକ୍ରମଣ ମିୟନ୍ତ୍ରଣାଧିନ  ହୋଇନଥିବାରୁ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିଥିଲା ।

    ୨୦୨୨ ସଂସ୍କରଣ : ଆଉ କିଛିି ଘଣ୍ଟା ପ୍ରତୀକ୍ଷା ପରେ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ ବିଗୁଲ । ୧୬ଟି ଦଲ ଖେଳିବେ ମୋଟ ୪୫ ମ୍ୟାଚ । ରବିବାର ଠାରୁ ପ୍ରଥମ ରାଉଣ୍ଡ ଆରମ୍ଭ ହେବ ।  ଏଥିରେ ୮ଟି  ଦଳ ସାମିଲ ହୋଇଛନ୍ତି । ଗ୍ରୁପ ଏରେ ନାମିବିୟା, ନେଦରଲାଣ୍ଡସ, ଶ୍ରୀଲଙ୍କା ଓ ୟୁଏଇ  ଏବଂ ଗ୍ରୁପ ବି ରେ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ । ପ୍ରତି ଗରୁପର ଶ୍ରେଷ୍ଠ  ଦୁଇଟି ଦଳ ସୁପର- ୧୨କୁ ଉନ୍ନୀତ ହେବେ । ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ ଖେଳାଯିବ ।

    ଆଇସିସି ମାନ୍ୟତା ଅନୁସାରେ ୨୦୨୧ ସଂସ୍କରଣ ଶ୍ରେଷ୍ଠ ୮ଟି ଦଳ  ୨୦୨୨ ବିଶ୍ୱକପର ସୁପର -୧୨କୁଯୋଗ୍ୟତା ହାସଲ କରିସାରିଛି । ଆପଗାନିସ୍ତାନ ,ଅଷ୍ଟ୍ରେଲିଆ, ବାଂଲାଦେଶ ,  ଇଂଲଣ୍ଡ, ଭାରତ ,ନୁ୍ୟଜିଲାଣ୍ଡ,ପାକିସ୍ତାନ  ଓ ଦକ୍ଷିଣ ଆଫ୍ରିକା  ଏହି ତାଲିକାରେ ରହିଛନ୍ତି । ଆସନ୍ତା ୨୨ ତାରିଖରୁ ସୁପର-୧୨ ପର୍ଯ୍ୟନ୍ତ ଆରମ୍ଭ ହେବ । ମୋଟ ୭ଟି ଭେନୁ୍ୟ ଆଡେଲେଡ, ବ୍ରିସବେନ, ଗିଲଙ୍ଗ, ହୋବର୍ଟ, ପର୍ଥ,ମେଲବର୍ଣ୍ଣ ଓ ସିଡନୀରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

    Maximum 500 characters

    T20 WORLDCUP View all

    Find Us on Facebook