Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ଭାରତର ମହିଳା ବିଶ୍ୱକପ ଆଶା ଧୂଳିସାତ, ଦକ୍ଷିଣ ଆଫ୍ରିକା ଠାରୁ ହାରିଗଲା

    Share on :
    ajab-Image
    Date: Mar 27, 2022    Views: 8942

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହୋଇଥିଲା  । ଭାରତର ୨୭୪ ରନ ଜବାବରେ ପ୍ରଥମେ ଦକ୍ଷିଣ ଆଫ୍ରିକା ମଜବୁତ ସ୍ଥିତିରେ ରହିଥିଲା  । କିନ୍ତୁ ପରେ ପୁଣି ଭାରତ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲା  । ଗାଏମୋଟ ଦେଖିଲେ ଶେଷ ଓଭର ପର୍ଯ୍ୟନ୍ତ ଲାଗି ରହିଥିଲା ରୋମାଂଚକର  । କିଏ ଜିତିବ କହିବା ମୁସ୍ମିଲ ହୋଇଯାଇଥିଲା  । କିନ୍ତୁ ଶେଷ ଓଭରରେ ଦକ୍ଷିଣ ଆଫ୍ରିକା ବାଜିମାତ କରିଥିଲା  ।

    ସେମିଫାଇନାଲ ଯିବା ପାଇଁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡିଥିଲା  । ଏହି ଆହ୍ୱାନକୁ ଗ୍ରହଣ କରି ଭାରତୀୟ ମହିଳା ଦଳ  ଦମଦାର ବ୍ୟାଟିଂ କରିଥିଲା  । ଦକ୍ଷିଣ ଆଫ୍ରିକା ବିରୋଧରେ ଦଳ ୨୭୪ ରନର ଭଲ ସ୍କୋର କରିଥିଲେବି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରିଥିଲେ  ।
    ପ୍ରଥମେ ବ୍ୟାଟିଂ କରି ଭାରତର ଓପନିଂ ଯୋଡ଼ି ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ଦମଦାର ପ୍ରଦର୍ଶନ କରିଥିଲେ   । ସ୍ମୃତି ୭୧ ରନ କରିଥିବାବେଳେ ଶେଫାଳୀ ବର୍ମା ୫୩ ରନରେ ରନ ଆଉଟ ହୋଇଥିଲେ   । ସେହିପରି ୟାସ୍ତିକା ଭାଟିଆ ମାତ୍ର ୨ ରନ କରିଥିବାବେଳେ ଅଧିନାୟିକା ମିତାଲି ରାଜ ୬୮ ରନ କରିଥିଲେ   । ଦଳର ଟାଣୁଆ ବ୍ୟାଟ୍ସମ୍ୟାନ ହରମନପ୍ରୀତ କୌର ୪୮ ରନର ଭଲ ପାଳି ଖେଳିଥିବାବେଳେ ପୂଜା ବସ୍ତ୍ରାକାର ୩, ରିଚା ଘୋଷ ୮ ରନ କରିପାରିଥିଲେ   । ସ୍ନେହା ରଣା ୧ ଓ ଦୀପ୍ତି ଶର୍ମା ୨ ରନରେ ନଟଆଉଟ ରହିଥିଲେ   । 

    ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଲୌରା ୮୦ ରନର ଆକର୍ଷଣୀୟ ପାଳି ଖେଳିଥିଲେ  । ଅପରପକ୍ଷରେ ଲାରା ଗୁଡ଼ଅଲ ୪୯ ରନ କରିଥିବାବେଳେ ସୁନେ ଲୁସ ୨୨ ରନ ଓ କାପ ୩୩ ରନ କରିଥିଲେ  । ମିଗ୍ନନ ଡୁ ପ୍ରେଜ ଭଲ ବ୍ୟାଟିଂ କରି ଭାରତ ବିଜୟ ରାସ୍ତାରେ ବାଧକ ସାଜିଥିଲେ  । ମିଗ୍ନନ ୫୦ ରନର ଏକ ଚିତାକର୍ଷକ ପାଳି ଖେଳିଥିଲେ  ।

    Maximum 500 characters

    WOMEN CRICKET View all

    Find Us on Facebook