Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ଭାରତୀୟ ମହିଳା ଟିମ ଉପରେ ରୋକ ଲଗାଇଲା ବିସିସିଆଇ, ଜାଣନ୍ତୁ କ’ଣ ?

    Share on :
    ajab-Image
    Date: Apr 9, 2022    Views: 8233

    ନୂଆଦିଲ୍ଲୀ : ଆସନ୍ତା ମେ’ ପହିଲାରୁ ଦୁବାଇରେ ପ୍ରଥମ ପ୍ରାଇଭେଟ କ୍ରିକେଟ ଲିଗ ଅନୁଷ୍ଠିତ ହେବାକୁ ଯାଉଛି  । ଏଥିରେ ବିଶ୍ୱର ଅନ୍ୟ ଦେଶର କ୍ରିକେଟ ଟିମ ଭାଗ ନେଉଥିଲେ ମଧ୍ୟ ଭାରତୀୟ ଖେଳାଳୀମାନଙ୍କ ଉପରେ କଟକଣା ଲଗାଇଛି ବିସିସିଆଇ  । ଅର୍ଥାତ ଭାରତୀୟ ଟିମ ସେହି ଲିଗରେ ଭାଗ ନେଇପାରିବେ ନାହିଁ  । ମହିଳା ଆଇପିଏଲ ପାଇଁ ବିସିସିଆଇ ପ୍ରସ୍ତୁତି କରିଥିବାରୁ ଏଭଳି ନିଷ୍ପତି ନେଇଥିବା ଜାଣିବାକୁ ମିଳିଛି  ।

    ଏହି କ୍ରିକେଟ ଲିଗରେ ୩୫ଟି ଦେଶର ଖେଳାଳୀ ଅଂଶଗ୍ରହଣ କରିବେ  । ଫେୟାର ବ୍ରେକ ପକ୍ଷରୁ ଏଭଳି ଲିଗର ପରିକଳ୍ପନା କରାଯାଇଛି  । ୬ଟି ଟିମରେ ୯୦ ଖେଳାଳୀ ଖେଳିବେ  । ମେ’ ୧ରୁ ମେ’ ୧୫ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଜାରିରହିବ  ।

    ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ଲିସା ସ୍ଥାଲେକର ଓ ସୌନ ମାର୍ଟିନ ପ୍ରଥମେ ଏଭଳି କ୍ରିକେଟ ଲିଗ ଆରମ୍ଭ କରିଥିଲେ  । ମହିଳା କ୍ରିକେଟରଙ୍କ କ୍ରେଜ ବୃଦ୍ଧି ପାଇଁ ଏହି ଲିଗ ଆରମ୍ଭ ହୋଇଛି  । ପ୍ରଥମେ ଏହି ଲିଗ ହଙ୍ଗକଙ୍ଗରେ ଖେଳାଯିବାର ଥିଲା, କିନ୍ତୁ ଏବେ ତାହା ଦୁବାଇରେ ଖେଳାଯିବାକୁ ସ୍ଥିର କରାଯାଇଛି  ।

    Maximum 500 characters

    WOMEN CRICKET View all

    Find Us on Facebook