ମୁଖ୍ୟ ଖବର
ନୂଆଦିଲ୍ଲୀ : ସମ୍ପ୍ରତି ଭାରତୀୟ ମହିଳା ଟିମ ଅନେକ ସଫଳତା ହାସଲ କରିଛି । ଅନେକ ଖେଳାଳୀ ବିଶ୍ୱରେ ବି ସୁନାମ ଅର୍ଜନ କରିଛନ୍ତି । ତେବେ ପୂର୍ବତନ ଅଡ଼ିଟର ଜେନେରାଲ ବିନୋଦ ରାଏ ଭାରତୀୟ ମହିଳା ଟିମର ଦୁଃଖ କାହାଣୀ ନିଜ ପୁସ୍ତକ ‘ନଟ ଜଷ୍ଟ ଏ ନାଇଟୱାଚମ୍ୟାନ’ରେ ଉଲ୍ଲେଖ କରିଛନ୍ତି ।
ସେ ଉଲ୍ଳେଖ କରିଛନ୍ତିଯେ, ୨୦୧୭ ମହିଳା ବିଶ୍ୱକପରେ ଭାରତର ଟ୍ୱେଂଟି ଟ୍ୱେଂଟି ଅଧିନାୟିକା ହରମନପ୍ରୀତ କୌର ୧୭୧ ରନର ଏକ ବିଶାଳ ପାଳି ଖେଳିଥିଲେ । ସେହି ସମୟରେ କୌରଙ୍କୁ ଅଭିନନ୍ଦନ ଜଣାଇଥିଲେ ବିନୋଦ ରାୟ । କିନ୍ତୁ କୌର ତାଙ୍କୁ ଯାହା କହିଥିଲେ ତାହା ଶୁଣିବା ପରେ ରାୟଙ୍କ ଆଖିରୁ ଲୁହ ଝରି ଆସିଥିଲା । କୌର କହିଥିଲେଯ, ସେମାନଙ୍କୁ ବିସିସିଆଇ ପକ୍ଷରୁ ଯେଉଁ ହୋଟେଲର ବ୍ୟବସ୍ଥା କରାଯାଇଛି ସେଠାରେ ସେମାନଙ୍କୁ ଭଲ ଜଳଖିଆ ବି ଦିଆଯାଇନଥିଲା । ଏପରିକି ଖେଳ ଦିନ ସକାଳେ ସେମାନେ କେବଳ ସିଙ୍ଗେଡ଼ା ହିଁ ଖାଇଥିଲେ । ସେହି ମ୍ୟାଚରେ ସେ ଦୌଡ଼ି ନପାରିବାରୁ କେବଳ ବାଉଣ୍ଡରୀ ଉପରେ ଫୋକସ କରିଥିଲେ ବୋଲି କୌର ପ୍ରକାଶ କରିଥିଲେ ।
ଖାଲି ସେତିକିନୁହେଁ ପୁରଷ କ୍ରିକେଟ ଟିମର ଜର୍ସିକୁ ରିଷ୍ଟିଚ କରି ମହିଳା ଟିମକୁ ଦିଆଯାଉଥିଲା । ୨୦୦୬ ପର୍ଯ୍ୟନ୍ତ ମହିଳା କ୍ରିକେଟ ଟିମକୁ ଆଦୌ ଗୁରୁତ୍ୱ ଦିଆଯାଉନଥିଲା । ତେବେ ୨୦୦୬ରେ ଶରଦ ପାୱାର ବିିସିସିଆଇର ଦାୟିତ୍ୱ ନେବାପରେ ମହିଳା ଓ ପୁରୁଷ ଟିମ ସଂଘକୁ ଏକତ୍ର କରାଇଥିଲେ । ସେତେବେଳେ ପୁରୁଷ ଟିମର ୟୂନିଫର୍ମକୁ କାଟି ମହିଳା ଟିମର ଖେଳାଳୀଙ୍କ ପାଇଁ ଡ୍ରେସ ତିଆରି କରାଯାଉଥିଲା । ତେଣୁ ବିନୋଦ ରାୟ ନାଇକକୁ ଫୋନ କରିବା ସହ ମହିଳାଙ୍କ ପାଇଁ ଅଲଗା ଡିଜାଇନର ଡ୍ରେସ କରିବାକୁ କହିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି ।
Comments ସମସ୍ତ ମତାମତ