Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆସନ୍ତା ୫ ଦିନ ପ୍ରବଳ ଥଣ୍ଡା

    Share on :
    ajab-Image
    Date: Jan 27, 2022    Views: 4471

    ଭୁବନେଶ୍ବର: ରାଜ୍ୟକୁ ଫେରିବ ଶୀତ । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଛି । ଓଡିଶା ମଧ୍ୟକୁ ଉତ୍ତର ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଏହି ଶୀତ ଲହରୀ ଅନୁଭୂତ ହେବ । ବିଶେଷକରି କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା , ସୋନପୁର ଜିଲ୍ଲାରେ ୨୮ ତାରିଖରେ ଶୀତ ଅନୁଭୂତ ହେବ ।
    ୫ ଦିନ ଯାଏଁ ପ୍ରବଳ ଜାଡରେ ଥରିବ ଓଡିଶାସେହିପରି ଅନୁଗୋଳ, ଦେବଗଡ, ସମ୍ବଲପୁର, ସୋନପୁର, ନୂଆପଡା ଜିଲ୍ଲାରେ ୨୯ ତାରିଖରେ ଆହୁରି ପ୍ରବଳ ଥଣ୍ଡା ହେବ । ରାଜ୍ୟର କେନ୍ଦୁଝର ସମ୍ବଲପୁର ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ । ଭିଜିବିଲିଟି ବା ଦୃଶ୍ୟମାନ ୫୦ ମିଟର ତଳକୁ ଖସିବାର ସମ୍ଭାବନା ରହିଛି । ବର୍ତ୍ତମାନ ଉପକୂଳ ଓଡିଶାର ଅନେକ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ୦.୪ ରୁ ୨.୪ ଡିଗ୍ରୀ ଅଧିକ ରହିଥିବାବେଳେ ଆଭ୍ୟନ୍ତରୀଣ ଓଡିଶାର ପ୍ରାୟ ଅଞ୍ଚଳରେ ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook