Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ସ୍ୱିଡେନର ପ୍ରଥମ ବିଜୟ

    Share on :
    ajab-Image
    Date: Jun 19, 2021    Views: 3650

    ସେଣ୍ଟ ପିଟର୍ସବର୍ଗ: ଚଳିତ ୟୁରୋ ୨୦୨୦ ରେ ସ୍ୱିଡେନ ପ୍ରଥମ ବିଜୟ ପାଇଛି । ସ୍ପେନ ବିପକ୍ଷ ନିଜର ପ୍ରଥମ ମ୍ୟାଚକୁ ଅମୀମାସିଂତ ରଖିଥିବା ସ୍ୱଡେନ ଶୁକ୍ରବାର ୧-୦ ଗୋଲରେ ସ୍ଲୋଭାକିଆକୁ ପରାସ୍ତ କରିଛି । ଫଳରେ ୨ ମ୍ୟାଚରୁ ସ୍ୱିଡେନ ୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି । ଅନ୍ୟ ପକ୍ଷରେ ପ୍ରଥମ ମ୍ୟାଚରେ ପୋଲାଣ୍ଡକୁ ୨-୧ ଗୋଲରେ ହରାଇଥିବା ସ୍ଲୋଭାକିଆ ପ୍ରଥମ ପରାଜୟ ବରଣ କରି ୩ ପଏଣ୍ଟ ସହ ଗ୍ରୁପ-ଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଶୁକ୍ରବାର ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା । ହେଲେ ୭୭ ମିନିଟରେ ସ୍ୱିଡେନକୁ ମିଳିଥିବା ପେନାଲଟିକୁ ଏମିଲ ଫୋର୍ସବର୍ଗ ଗୋଲରେ ପରିଣତ କରି ସ୍ୱିଡେନକୁ ନିଜର ଶେଷ ଗ୍ରୁପ ମ୍ୟାଚରେ ବୁଧବାର ପୋଲାଣ୍ଡକୁ ଏବଂ ସ୍ଲୋଭାକିଆ ସେହିଦିନ ସ୍ପେନକୁ ଭେଟିବ ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook