Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey Team Top Players

ମୁଖ୍ୟ ଖବର

    ୨୦୧୮ରେ ତ୍ରିପୁରାରେ ବାଜିମାତ୍‌ କରିଥିଲା ବିଜେପି

    Share on :
    ajab-Image
    Date: Feb 5, 2023    Views: 3547


    ତ୍ରିପୁରା : ୨୦୧୮ ମସିହାରେ ତ୍ରିପୁରାରେ ବିଜେପି ବାଜିମାତ୍‌ କରିଥିଲା  । ଏହି ସମୟରେ ବିପ୍ଲବ ଦେବ ହୋଇଥିଲେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ  । ହେଲେ ଏହି ସମୟରେ ଦଳକୁ ଯିଏ ବଡ ବିଜୟ ଦେଇଥିଲେ, ସେ ହେଉଛନ୍ତି ମାନିକ ଶାହା  । ଏହାପରେ ପରେ ୨୦୨୦ରେ ମାଣିକ ଶାହା ହୋଇଥିଲେ ଦଳର ନୂଆ ପ୍ରଦେଶ ଅଧ୍ୟକ୍ଷ  । ତାଙ୍କୁ ସଙ୍ଗଠନ ଦାୟିତ୍ୱ ମିଳିବା ପରେ ଦଳ ବୁଥ୍‌ ସ୍ତରରେ ଅଧିକ ମଝବୁତ୍‌ ହେବାକୁ ପ୍ରୟାସ କରିବା ସହିତ ଗ୍ରାଉଣ୍ଡ ଜିରୋରେ କାମ କରିବା ଆରମ୍ଭ କରିଥିଲା  । ଯେଉଁଥିପାଇଁ ଦଳର ସଙ୍ଗଠନ ତ୍ରିପୁରାରେ ଅଧିକରୁ ଅଧିକ ମଝବୁତ୍‌ ହୋଇଥିଲା  ।


     ବିଜେପିର ହାଇକମାଣ୍ଡ ବିପ୍ଲବ ଦେବଙ୍କୁ ନୂଆ ସିଏମ୍‌ ଚେହେରା କିଏ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ  । ଆଉ ଏହାର ଉତ୍ତରରେ ନିଜେ ବିପ୍ଲବ ଦେବ ହିଁ ମାଣିକ ଶାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ନେଇଥିଲେ  । ଏହା ପରେ ତୁରନ୍ତ ତ୍ରିପୁରାରେ ମାଣିକ ସରକାର ଗଠନ ହେବା ପକ୍କା ହୋଇଥିଲା  ।

    ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଅର୍ଥାତ ୨୦୨୩ରେ ବିଧାନସଭା ନିର୍ବାଚନ ଦେଖିବ ତ୍ରିପୁରା  । ତେଣୁ ଏହାକୁ ଆଖି ଆଗରେ ରଖି, ଭୋଟରଙ୍କ ମନ ଜିଣିବାକୁ ବିଜେପି ଏହି ମାଷ୍ଟରଷ୍‌ଟ୍ରୋକ୍‌ ଖେଳିଥିଲା । ବିପ୍ଲବଙ୍କୁ ହଟେଇ ତ୍ରିପୁରାରେ ଆରମ୍ଭ ହୋଇଥିଲା ମାଣିକ ସରକାର  । ତେବେ ଦଳର ଏହି ପ୍ଲାନ୍‌ କେତେ ଫଳପ୍ରଦ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ  ।

    Maximum 500 characters

    Hockey Team Top Players View all

    Find Us on Facebook