Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଶିଶୁ କାହିଁକି ହେଉଛନ୍ତି ଏଚଏଫଏମ ସଂକ୍ରମିତ? କାରଣ ଖୋଜିବ ଆରଏମଆରସି

    Share on :
    ajab-Image
    Date: May 20, 2022    Views: 3996

    ଭୁବନେଶ୍ୱର: ଦିନକୁ ଦିନ ହ୍ୟାଣ୍ଡ ଫୁଟ ମାଉଥ(ଏଚଏଫଏମ)ବା ଟମାଟୋ ଫ୍ଲୁ ଦ୍ୱାରା ଶିଶୁ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି । ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଶିଶୁ ସଂକ୍ରମିତ ହେଉଥିବା ଅଭିଯୋଗ ପାଇଲା ପରେ ସ୍ୱାସ୍ଥ୍ୟବିଭାଗର ଚେତା ପଶିଛି । ସଂକ୍ରମିତ ଶିଶୁଙ୍କ ରକ୍ତ ନମୁନା ପରୀକ୍ଷା ଲାଗି ସ୍ୱାସ୍ଥ୍ୟବିଭାଗ ପଦକ୍ଷେପ ଗ୍ରହଣ କରିଛି । ଟମାଟୋ ଫ୍ଲୁ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହା ଏକ ଭୂତାଣୁ ଜନିତ ରୋଗ ।

    ରାଜ୍ୟରେ କେତେ ଶିଶୁ ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ିନାହିଁ । ସଂକ୍ରମଣର ପ୍ରକୃତ କାରଣ ଜାଣିବା ଲାଗି ସବୁ ମେଡ଼ିକାଲ କଲେଜକୁ ରିପୋର୍ଟ ମଗାଯାଇଛି ।

    ଏହାପରେ ଆରଏମଆରସି (ରିଜିନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର)କୁ ରକ୍ତ ନମୁନା ପଠାଯିବ । ଏହାପରେ ଆରଏମଆରସି ହିଁ ଜଣାଇବ ସଂକ୍ରମଣର ପ୍ରକୃତ କାରଣ କ’ଣ । ରାଜ୍ୟ ସରକାର ମଧ୍ୟ ନଜର ରଖିଛନ୍ତି । ଏହି ରୋଗ ରାଜ୍ୟରେ କୌଣସି ଏପିଡେମିକ୍ ଭଳି ପରିସ୍ଥିତି ସୃଷ୍ଟି କରିନାହିଁ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook