Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଅଲମ୍ପିକ : ସେମିରେ ବଜରଙ୍ଗ ପୁନିଆ

    Share on :
    ajab-Image
    Date: Aug 6, 2021    Views: 5484

    ଟୋକିଓ : ଟୋକିଓରେ ଆଉ ଏକ ପଦକ ଆଶା ସଂଚାରିତ ହୋଇଛି  । ରେସଲର ବଜରଙ୍ଗ ପୁନିଆ ୬୫ କେଜି ବର୍ଗରେ ସେମି ଫାଇନାଲରେ ପହଁଚିଛନ୍ତି  ।

    ଇରାନର ମୋର୍ଟେଜା ଘିଆସିଙ୍କୁ ସେ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଥିଲେ  । ଅପରପକ୍ଷରେ  ଭାରତୀୟ ରେସଲର ସୀମା ବିଶାଲ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି  । ଫଳରେ ଅଲମ୍ପିକରେ ତାଙ୍କର ଯାତ୍ରା ଶେଷ ହୋଇଛି  । ତେବେ ଅଲମ୍ପିକରେ ପଦକ ଜିଣି ଇତିହାସ ରଚିବାକୁ ଭାରତୀୟ ମହିଳା ହକି ଟିମ ସ୍ୱପ୍ନ ଦେଖିଥିଲେବି ତାହା ସାକାର ହୋଇପାରିନାହିଁ  । ପ୍ରାରମ୍ଭରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଟିମକୁ କିନ୍ତୁ ବ୍ରିଟେନ ଟିମ ଝଟକା ଦେଇଥିଲା  । ଭାରତ ୩-୨ରେ ଅଗ୍ରଣୀ ହାସଲ କରିଥିଲେବି ବ୍ରିଟେନ ଖେଳାଳୀ ଶେଷଭାଗ ଆଡ଼କୁ ଭଳ ପ୍ରଦର୍ଶନ କରିଥିଲେ । ବ୍ରିଟେନ ଅଧିନାୟିକା ହୋଲି ପର୍ଣ୍ଣେ ୱେବ ଗୋଲ ସ୍କୋର କରି ମ୍ୟାଚକୁ ବରାବର କରିଥିବାବେଳେ ପରେ ଗ୍ରେସ ବାଲସଡୋନ ଚତୁର୍ଥ ଗୋଲ ସ୍କୋର କରି ବ୍ରିଟେନର ବିଜୟକୁ ନିଶ୍ଚିତ କରିଦେଇଥିଲେ  ।

    Maximum 500 characters

    TOKYO OLYMPIC View all

    Find Us on Facebook