Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଟୋକିଓରେ ଚମକିଲେ ରବି ଓ ଦୀପକ, ଗଲେ ସେମି ଫାଇନାଲ

    Share on :
    ajab-Image
    Date: Aug 4, 2021    Views: 5327

    ଟୋକିଓ : ଟୋକିଓ ଅଲମ୍ପିକ୍ସରେ ଆଜିର ଦିନଟି ଭାରତୀୟଙ୍କ ପାଇଁ ଭଲ ରହିଛି  । ୫୭ କେଜି ଫ୍ରିଷ୍ଟାଇଲ ରେସିଲିଂରେ ଭାରତର ରବି ଦାହିଆ ୧୪-୪ରେ ବୁଲଗାରିଆର ଜର୍ଜି ଭାଙ୍ଗେଲୋଭଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି  । ଅପରପକ୍ଷରେ ଦୀପକ ପୁନିଆ ବି ଚମକôାର ପ୍ରଦର୍ଶନ ଜାରି ରଖିଛନ୍ତି  । ଚାଇନାର ଜୁସେନ ଲିନଙ୍କୁ ୬-୩ରେ ହରାଇ ସେ ୮୬ କେଜି ରେସଲିଂ ବର୍ଗରେ ସେମିଫାଇନାଲକୁ ଯାଇଛନ୍ତି  ।

    ଅପରପକ୍ଷରେ ମହିଳା ରେସଲିଂରେ ଅଂଶୁ ମଲିକ ପରାସ୍ତ ହୋଇଛନ୍ତି  । ପୂର୍ବରୁ ଭାରତର ନୀରତ ଚୋପ୍ରା ଜାଭେଲିନ ଥ୍ରୋରେ ଫାଇନାଲକୁ ପ୍ରବେଶ କରିଛନ୍ତି  । ସେ ୮୬.୬୫ ମିଟର ଜାଭେଲିନ ଥ୍ରୋ କରି ଗ୍ରୁପ-ଏରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି  ।

    ସୂଚନାଯୋଗ୍ୟଯେ, ଅଲମ୍ପିକ୍ସରେ ଚାଇନାର ତାହାର ଦବଦବା ଜାହିର କରିଥିବାବେଳେ ଏହା ପଛକୁ ରହିଛନ୍ତି ଆମେରିକା ଓ ଜାପାନ  । ଅପରପକ୍ଷରେ ଏଯାବତ ଭାରତକୁ ମାତ୍ର ୨ଟି ପଦକ ମିଳିଛି  । ତେବେ ଲଭଲିନା ଏକ ପଦକ ପାଇବା ନିଶ୍ଚିତ କରିଛନ୍ତି  । ଭାରତୀୟ ପୁରୁଷ ହକି ପାଇଁ ବ୍ରୋଞ୍ଜ ସୁଯୋଗ ଥିବାବେଳେ ଆଜି ମହିଳା ହକି ଟିମ ସେମିଫାଇନାଲ ମ୍ୟାଚ ଖେଳିବ  ।

    Maximum 500 characters

    TOKYO OLYMPIC View all

    Find Us on Facebook