Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଅଦ୍ଭୂତ ପରମ୍ପରା : ଖେଳିବା ପୂର୍ବରୁ ଖେଳାଳୀଙ୍କୁ ଥାପଡ ମାରନ୍ତି କୋଚ

    Share on :
    ajab-Image
    Date: Jul 28, 2021    Views: 5526

    କରୋନା କଟକଣା ମଧ୍ୟରେ ବହୁ ପ୍ରତୀକ୍ଷିତ ଅଲମ୍ପିକ ଜାରିରହିଛି  । କିଏ ସ୍ୱର୍ଣ୍ଣ, ରୌପ୍ୟ ଅବା ବ୍ରୋଂଜ ପଦକ ଆଣିବା ସହ ରେକଡର଼୍ ଭାଙ୍ଗିଛନ୍ତି ତ ଆଉ କିଏ ଅଳ୍ପ କେଇ କ୍ଷଣ ପାଇଁ ପଦକରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି  । ତେବେ ସମ୍ପ୍ରତି ଏକ ଅଦ୍ଭୂତ ପରମ୍ପରାକୁ ନେଇ ଚର୍ଚ୍ଚା ସୃଷ୍ଟିହୋଇଛି  ।

    ଖେଳିବା ପୂର୍ବରୁ ଖେଳାଳୀଙ୍କୁ ଥାପଡ଼ ମାରି ଚର୍ଚ୍ଚା ସୃଷ୍ଟି କରିଛନ୍ତି ଜଣେ କୋଚ  । ଯାହାକି ପ୍ରଥମେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା  । ଜର୍ମାନର ଜୁଡେ଼ା ଖେଳାଳୀ ମାର୍ଟିନା ତ୍ରାଜଡୋସ ମ୍ୟାଚ ପାଇଁ ଯିବା ପୂର୍ବରୁ ହଠାତ ତାଙ୍କ କୋଚ ତାଙ୍କ ଦି କଲରକୁ ଧରି ଶରୀରକୁ ହଲାଇବା ସହ ଥାପଡ଼ ମାରିଥିଲେ  । ସମସ୍ତେ ଏହାକୁ ନେଇ ଚକିତ ହୋଇଯାଇଥିଲେ  । କାହିଁକିନା ଖେଳିବା ପୂର୍ବରୁ କୋଚ ନିଜ ଖେଳାଳୀଙ୍କୁ ଉତ୍ସାହିତ କରନ୍ତି, କରମର୍ଦ୍ଧନ କରନ୍ତି ଅବା ଆଲିଙ୍ଗନ କରନ୍ତି  । ପରେ ଏହାର ରହସ୍ୟ ଉନ୍ମୋଚନ କରିଥିଲେ ଜୁଡେ଼ା ଖେଳାଳୀ  । ସେ କହିଥିଲେଯେ, ଏହା ଏକ ଧାର୍ମିକ ପରମ୍ପରା  । ତେଣୁ ତାଙ୍କ କୋଚ ଏଭଳି କରିଥିଲେ  ।

    Maximum 500 characters

    TOKYO OLYMPIC View all

    Find Us on Facebook