Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯନ୍ତ୍ରଣାଦାୟକ ହୋଇଛି ଗୁଳୁଗୁଳି, ଛଟପଟ କରିବ ଗରମ

    Share on :
    ajab-Image
    Date: May 21, 2022    Views: 3918

    ଭୁବନେଶ୍ୱର: ତାତି ବଢ଼ିଛି। ଆହୁରି ବଢ଼ିବ । ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ । ଭୁବନେଶ୍ୱରରେ ପାରଦ ୩୯-୪୦ ଡିଗ୍ରୀ ଛୁଇଁପାରେ । ଏମିତି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

    ରାଜ୍ୟକୁ ଫେରିଛି ଗ୍ରୀଷ୍ମ ପ୍ରବାହ । ଏପଟେ ଉପକୂଳ ଓଡ଼ିଶାରେ ବି ଖରା ବଢ଼ିଛି । ଖରାଠାରୁ ବେଶି ଯନ୍ତ୍ରଣାଦାୟକ ହୋଇଛି ଭୀଷଣ ଗୁଳୁଗୁଳି ପ୍ରକୋପ । ଆର୍ଦ୍ରତା ପରିମାଣ ୬୫%ରୁ ୮୫% ପର୍ୟ୍ୟନ୍ତ ଛୁଇଁଲାଣି ।

    ଭୁବନେଶ୍ୱର ସହରରେ ଶୁକ୍ରବାର ସକାଳୁ ଅସ୍ତବ୍ୟସ୍ତ କରି ଦେଇଥିଲା ଗୁଳୁଗୁଳି । ଭୋର ସାଢ଼େ ୫ଟାେରେ ଭୁବନେଶ୍ୱର ତାପମାତ୍ରା ୨୭.୪ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୯୦% ଥିଲା । ସକାଳ ସାଢ଼େ ୮ଟାବେଳେ ତାପମାତ୍ରା ୩୨.୨ ଡିଗ୍ରୀ ଥିଲାବେଳେ ଆର୍ଦ୍ରତା ଥିଲା ୭୩% । ଦିନ ୧୧ଟା ୩୦ ସମୟରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ଭୁବନେଶ୍ୱରରେ । ସେହି ସମୟରେ ଆର୍ଦ୍ରତା ପରିମାଣ ୫୫% ଥିଲା । ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱରରେ ଆର୍ଦତା ପରିମାଣ ୫୬% ଥିବାବେଳେ ପାରଦ ୩୭ ଡିଗ୍ରୀ ଛୁଇଁଯାଇଥିଲା ।ଉଚ୍ଚ ଆର୍ଦ୍ରତା ମଣିଷ ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଦୁର୍ବଳ ବ୍ୟକ୍ତିଙ୍କ ଏଥିରେ ଅସୁସ୍ଥ ହେବା ଆଶଙ୍କା ରହିଛି। ପ୍ରବଳ ଝାଳ ବୋହିବା ଯୋଗୁ ଦୁର୍ବଳତା ଆହୁରି ବଢ଼ିପାରେ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook