Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦଳ ଦାୟିତ୍ୱ ଦେଲେ ଲଢିବି:ସୁରେଶ ପୂଜାରୀ

    Share on :
    ajab-Image
    Date: Mar 28, 2024    Views: 3543

    ଭୁବନେଶ୍ୱର: ଓଡ଼ିଶା ପାଇଁ ବିଜେପି ପକ୍ଷରୁ ବର୍ତ୍ତମାନ ସୁ୍ଦ୍ଧା ୧୮ଟି ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସାଂସଦ ସୁରେଶ ପୂଜାରୀ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ।  ତେବେ ଦଳ ଦାୟିତ୍ୱ ଦେଲେ ସେ ଲଢିବେ ବୋଲି କହିଛନ୍ତି ।ବ୍ରଜରାଜନଗରରୁ ବିଧାନସଭା ଲଢିବେ କି ନାହିଁଁ ପ୍ରଶ୍ନରେ ସେ ଏହା କହିଛନ୍ତି । 

    ସେ କହିଛନ୍ତି ଯେ ଦଳ ଦାୟିତ୍ୱ ଦେଲେ ନିଶ୍ଚିତ ଲଢିବି । ବିଗତ ଦିନରେ ଦାୟିତ୍ୱ ତୁଲାଇଛି । ଅନ୍ୟ ଦଳକୁ ଆଦୌ ଯିବିନାହିଁ । ଶେଷ ଜୀବନ ପର୍ଯ୍ୟନ୍ତ ବିଜେପିରେ ରହିବି ବୋଲି ଶ୍ରୀ ପୂଜାରୀ କହିଛନ୍ତି । 

    ଅନ୍ୟପକ୍ଷରେ  ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି । ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା ୩ ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook