Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କେବେଠୁ ଆରମ୍ଭ ହେଲା ଗଣେଶ ପୂଜା ଜାଣନ୍ତୁ

    Share on :
    ajab-Image
    Date: Sep 2, 2021    Views: 3573

    ଭଗବାନ ଗଣେଶଙ୍କୁ ବିଦ୍ୟା, ବୁଦ୍ଧି, ଧନ ଓ ବିଜ୍ଞାନର ଦେବତା ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଅଗ୍ରପୂଜ୍ୟ ଦେବତା ହେଉଛନ୍ତି ଗଣେଶ । ସନାତନ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ପ୍ରଥମେ ବିନାୟକଙ୍କୁ ପୂଜା କରାଯାଏ । ଏହା ସହିତ ଗଣେଶ ହେଉଛନ୍ତି ବିଦ୍ୟାଧିପତି । ଗଣେଶଙ୍କୁ ପୂଜା କରିବା ଦ୍ୱାରା ସବୁ କାମ ସୁରୁଖୁରୁରେ ହୋଇଥାଏ । ଏହି ପୂଜା କରିବା ଦ୍ୱାରା କୃଷି, ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଆସିଥାଏ । ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସବୁକାର୍ଯ୍ୟ ନିର୍ବିଘ୍ନରେ ହୋଇଥାଏ । ଏହି ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ । ଇତିହାସର ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ ମରାଠି ରାଜା ଶୀବାଜୀଙ୍କ ଶାସନ କାଳରୁ ଗଣେଶ ପୂଜା ପର୍ବ ପାଳନ କରାଯାଉଛି । ରାଜା ଶିବାଜୀ ମୋଗଲ ମାନଙ୍କ ସହ ଲଢେଇ ସମୟରେ ସାହାସ ବୃଦ୍ଧି ପାଇଁ  ଗଣେଶଙ୍କୁ ପୂଜା କରିଥିଲେ । ଏହାପରେ ୧୮୯୩ ମସିହା ସ୍ୱାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ ବ୍ରିଟିଶ ସରକାରଙ୍କ ବିରୋଧରେ ଲଢେଇ କରିବା ପାଇଁ ଗଣେଶ ପୂଜାକୁ ସାର୍ବଜନୀନ ଭାବେ ତାଙ୍କ ସମ୍ବାଦପତ୍ର କେଶରୀରେ ପ୍ରକାଶ କରିଥିଲେ । ସେହି ଦିନଠୁ ଗଣେଶ ପୂଜାର ଉପôତ୍ତି ହୋଇ ବର୍ତ୍ତମାନ ଏହା ସବୁ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଉଛି । ବର୍ତ୍ତମାନ ଏହି ପର୍ବରେ ମାଟିର ତିଆରି ମୂର୍ତ୍ତି ପୂଜା କରାଯାଉଛି । ଏହି ପର୍ବ ମୁଖ୍ୟତଃ ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶରେ ଖୁବ ଧୁମଧାମରେ ପାଳନ କରାଯାଏ । ଏଠାରେ ଗଣେଶଙ୍କ ମୂର୍ତ୍ତିଙ୍କୁ ଲୋକେ ଘରକୁ ଆଣି ପୂଜା କରିଥାନ୍ତି ଓ ଅନନ୍ତ ଚତୁଃର୍ଦଶୀରେ ମୂର୍ତ୍ତି ବିସର୍ଜନ କରିଥାନ୍ତି । ଏବର୍ଷ ଏହି ପୂଜା ସେପ୍ଟେମ୍ବର ୧୦ତାରିଖରେ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୦ତାରିଖ ଦିନ ୧୨ଟା୧୭ ରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଜାରି ରହିବ ।

    ପ୍ରସ୍ତୁତି: ଇପ୍ସିତା ନାୟକ       

    Maximum 500 characters

    ସଂସ୍କୃତି View all

    Find Us on Facebook