Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଜନ୍ମାଷ୍ଟମୀର ଧନିଆ ପଞ୍ଜୁରୀ ଭୋଗ କିପରି ହୁଏ ଜାଣନ୍ତୁ

    Share on :
    ajab-Image
    Date: Aug 30, 2021    Views: 2221

    ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ରାମ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ପ୍ରସାଦ ତିଆରି କରାଯାଉ ନାହିଁ । । ଏଥିପାଇଁ ମନ୍ଦିର ଗୁଡିକରେ କେବଳ ନୀତିକାନ୍ତି କରାଯାଉଛି ।  କିନ୍ତୁ ରାମ ମନ୍ଦିରରେ ଜନ୍ମାଷ୍ଟମୀରେ ହେଉଥିବା ସ୍ୱତନ୍ତ୍ର ଧନିଆ ପଞ୍ଜୁରୀ ଭୋଗ ଜନ୍ମାଷ୍ଟମୀ ପରଦିନ ବଣ୍ଟନ କରାଯିବ । ଏହି ଧନିଆ ପଞ୍ଜୁରୀ ଭୋଗ, ଧନିଆକୁ ଗୁଣ୍ଡ କରି ସେଥିରେ ଘିଅ ଓ ଚିନି ମିଶାଯାଇ ପ୍ରସ୍ତୁତ କରାଯାଏ । ଏହା ସ୍ୱତନ୍ତ୍ର ଭାବେ ଭଗବାନଙ୍କୁ ଅର୍ପଣ କରାଯିବ ଓ ପରଦିନ ଭକ୍ତମାନଙ୍କୁ ଏହି ସ୍ୱତନ୍ତ୍ର ଭୋଗ ବଣ୍ଟନ କରାଯିବ ବୋଲି ରାମ ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

    Maximum 500 characters

    ସଂସ୍କୃତି View all

    Find Us on Facebook