Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାନ୍ଦିଲେ ସୀମର

    Share on :
    ajab-Image
    Date: Apr 18, 2024    Views: 3524

    ଭୁବନେଶ୍ୱର: ଟିକେଟ କଟିଲା । ଯାହାକୁ ନେଇ ସମର୍ଥକଙ୍କ ଆଗରେ କାନ୍ଦିଲେ ସମୀର ଦାଶ । ଟିକେଟ କଟିବା ପରେ ତାଙ୍କ ସମର୍ଥକମାନେ ଏକାଠି ହୋଇଛନ୍ତି । ଟିକେଟ କାଟିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ବାର୍ତ୍ତା ରଖିଛନ୍ତି । ସମର୍ଥକଙ୍କ ସହ ଏକ ବୈଠକରେ ଯୋଗଦେବା ସହ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ କହିଛନ୍ତି ସମୀର । ସବୁଠୁ ବଡ଼ କଥାହେଲା ଯେ ସମର୍ଥକଙ୍କ ଉପସ୍ଥିତିରେ ସମୀର ଭାବବିହ୍ୱଳ ହୋଇ କାନ୍ଦିପକାଇଥିଲେ । ଏଥିସହ ଆସନ୍ତା ଶନିବାର ୩୦ ହଜାର ସମର୍ଥକ ଏକାଠି ହୋଇ ସୀମରଙ୍କୁ ଟିକେଟ ଦେବାକୁ ଦାବି କରିବେ ବୋଲି ଜଣାଯାଇଛି । ଗୋପ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । 

     ପ୍ରକାଶ ଯେ ନିମାପଡ଼ାରୁ ସମୀର ଦାଶଙ୍କ ଟିକେଟ କଟିବା ପ୍ରତିବାଦରେ ଶତାଧିକ ସମର୍ଥକ ଏକାଠି ହୋଇଛନ୍ତି । ନିଷ୍ପତିର ପୁର୍ନବିଚାର କରିବାକୁ ଏକାଠି ହୋଇ ଦାବି କରିଛନ୍ତି ସମୀର ଦାସଙ୍କ ସମର୍ଥକ ।

    କହିଛନ୍ତି ଶୀର୍ଷ ନେତୃତ୍ୱ ନିଷ୍ପତି ନବଦଳାଇଲେ ସମୁହ ଇସ୍ତଫା ଦେବେ । ନିମାପଡ଼ା, ଗୋପ ବ୍ଲକର ବିଜେଡି ସଭାପତି, ନିମାପଡ଼ା ଓ ଗୋପ ବ୍ଲକର ଅଧ୍ୟକ୍ଷ, ନିମାପଡ଼ା ଏନଏସିର ଅଧ୍ୟକ୍ଷ ସମେତ ୪୦ରୁ ଅଧିକ ନିର୍ବାଚିତ ପ୍ରତିନିଧି ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହା ସହ ଅନେକ ନେତା ଓ କର୍ମୀ ମଧ୍ୟ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି କର୍ମୀ ସମ୍ମିଳନୀରେ ସମୀର ଦାଶ ଲୋକଙ୍କ ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook