ମୁଖ୍ୟ ଖବର
ନୂଆଦିଲ୍ଲୀ: ଦିଲ୍ଲୀ ବିଧାୟକଙ୍କ ଦରମା ୬୬ ପ୍ରତିଶତ ବଢ଼ିଛି । ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାୟକଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ବୃଦ୍ଧି ପରେ ବିଧାୟକଙ୍କୁ ବର୍ତ୍ତମାନ ମାସିକ ୫୪ ହଜାର ବଦଳରେ ୯୦ ହଜାର ଟଙ୍କାର ଦରମା ମିଳିବ । ସେଥିରେ ଭତ୍ତାକୁ ମିଶାଇଲେ ପ୍ରତି ବିଧାୟକ ପ୍ରତି ମାସରେ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ପାଇବେ । ଦିଲ୍ଲୀ ସରକାରଙ୍କର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି ।
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବାଚସ୍ପତି, ମୁଖ୍ୟ ସଚିବ ଓ ବିରୋଧୀ ଦଳର ନେତାଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଗତବର୍ଷ ଜୁଲାଇରେ ବିଧାନସଭାରେ ଗୃହୀତ ହୋଇଥିଲା । ପରେ ତାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ରାଷ୍ଟ୍ରପତି ଗତ ଫେବ୍ରୁଆରୀ ୧୪ରେ ତାକୁ ଅନୁମୋଦନ କରିଛନ୍ତି । ତେଣୁ ଗତ ଫେବ୍ରୁଆରୀରୁ ଏହା ପିଛିଲା ଭାବେ ଲାଗୁ ହେବ ।
Comments ସମସ୍ତ ମତାମତ