Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଋଷ-ୟୁକ୍ରେନ ଯୁଦ୍ଧ, ଏପରି କହିଲା ଆମେରିକା

    Share on :
    ajab-Image
    Date: Nov 22, 2022    Views: 3946

    ୱାଶିଂଟନ : ଋଷ ପକ୍ଷରୁ ଆକ୍ରମଣ କରାଯିବା ପରଠାରୁ ୟୁକ୍ରେନକୁ ଯଥାସମ୍ଭବ ନାଟୋ ଓ ପାଶ୍ଚାତ୍ୟ ଦେଶର ସହାୟତା ଜାରି ରହିଛି । ଆରମେରିକା ଏ କ୍ଷେତ୍ରରେ ବେଶ୍ ଆଗରେ ରହିଛି । ଆର୍ଥିକ ଏବଂ ସାମରିକ ସହାୟତା ଜାରି ରଖିଛି ଆମେରିକା । ସେହିଭଳି ଆଗକୁ ୟୁକ୍ରେନ ଯେତେଦିନ ଚାହିଁବ, ସେତେ ଦିନ ପର୍ଯ୍ୟନ୍ତ ସମର୍ଥନ ଯୋଗାଇ ଦିଆଯିବ ବୋଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍ କହିଛନ୍ତି । 


    ଇଣ୍ଡୋନେସିଆ ରାଜଧାନୀ ଜାକାତ୍ତାରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଥିବାବେଳେ ଅଷ୍ଟିନଙ୍କୁ ୟୁକ୍ରେନ ସଂକ୍ରାନ୍ତରେ ପ୍ରଶ୍ନ ପଚରାଯାଇଥିଲା । ତେବେ ଯୁଦ୍ଧ ବାବଦରେ ସେ କହିଛନ୍ତି, କେତେ ଦିିନ ପର୍ଯ୍ୟନ୍ତ ଚାଲିବ ଏହା କହି ହେଉ ନାହିଁ । ଏହାଦ୍ୱାରା କି ପରିବର୍ତ୍ତନ ଆସିବ, ତାହା ଆକଳନ କରିବା ମଧ୍ୟ କଷ୍ଟକର ବ୍ୟାପାର । କିନ୍ତୁ ୟୁକ୍ରେନକୁ ଆମର ସହୟତା ସେତେଦିନ ପର୍ଯ୍ୟନ୍ତ ଜାରି ରହିିବ, ଯେତେଦିନ ପର୍ଯ୍ୟନ୍ତ ଏହା ଚାହିଁବ । 


    ୟୁକ୍ରେନ ଏହାର ପ୍ରତିଟି ଇଞ୍ଚ ଅଂଚଳକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛି । ନିଜ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତ୍ୟେକ ଦେଶର ମୁଖ୍ୟ କାର୍ଯ୍ୟ । ୟୁକ୍ରେନ ଏ କ୍ଷେତ୍ରରେ ବି ହାର ମାନିନାହିଁ । ସେପଟେ ୟୁକ୍ରେନର ନିକୋପୋଲ୍ ଜିଲ୍ଲା ଉପରେ ରବିବାର ବିଳମ୍ବିତ ରାତିରେ ଋଷ ଦ୍ୱାରା ଜୋରଦାର ବୋମାମାଡ କରାଯାଇଛି । ରାତିତମାମ ୬ଥର ଆକ୍ରମଣ କରାଯାଇଥିବବା ନିପ୍ରୋପେଟ୍ରୋଭସ୍କ ଆଂଚଳିକ ସାମରିକ ପ୍ରଶାସନ ମୁଖ୍ୟ ଭାଲେଣ୍ଟିନ ରେଜ୍ନିଚେଙ୍କୋ କହିଛନ୍ତି ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook