Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୨୦୨୧କୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ରିଲାଏନ୍ସ ଜୁଏଲ୍ସର ଚକମକିଆ ନୂଆ ହୀରା ଅଳଙ୍କାର କଲେକ୍ସନର ଶୁଭାରମ୍ଭ

    Share on :
    ajab-Image
    Date: Jan 20, 2021    Views: 3557

    ରିଲାଏନ୍ସ ଜୁଏଲ୍ସର ହୀରା ଅଳଙ୍କାରର ସଦ୍ୟତମ ସଂସ୍କରଣ ବେଶ୍ ଉତ୍କୃଷ୍ଟ ଓ ସୁଲଭ

    ଜାନୁୟାରୀ  : ରିଲାଏନ୍ସ ଜୁଏଲ୍ସ, ଭାରତର ଅଗ୍ରଣୀ ଓ ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ନୂତନତା କ୍ଷେତ୍ରରେ ସର୍ବଦା ଆଗରେ ରହିଆସିଛି । ନୂତନ ବର୍ଷର ଆରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ହୀରା ଅଳଙ୍କାରର ଏକ ନୂଆ ଓ ଟ୍ରେଣ୍ଡି ସମ୍ଭାର ନେଇ ଆସିଛି ଯହାକି ପାର୍ଟି ଓ କକ୍‌ଟେଲ୍ ପାଇଁ ବିଶେଷ ଭାବରେ ଉପଯୁକ୍ତ । ହୀରା ଅଳଙ୍କାର ହେଉଛି ପ୍ରତ୍ୟେକ ଝିଅର ପ୍ରିୟ ବନ୍ଧୁ ଓ ପ୍ରତି ମହିଳାଙ୍କ ପ୍ରଥମ ପସନ୍ଦ । ରିଲାଏନ୍ସ ଜୁଏଲ୍ସର ଉତ୍କୃଷ୍ଟ ହୀରା ଅଳଙ୍କାର ଆପଣଙ୍କ ସୌନ୍ଦର୍ୟ୍ୟକୁ ବହୁଗୁଣିତ କରିବା ସହିତ ଷ୍ଟାଇଲିସ୍ କରିଥାଏ । ପ୍ରତିଟି ମହିଳାଙ୍କ ଆକାଂକ୍ଷାକୁ ପୁରଣ କରୁଥିବା ରିଲାଏନ୍ସ ଜୁଏଲ୍ସ ଏବେ ନେଇଆସିଛି ଆକର୍ଷଣୀୟ ଓ କଳାକୌଶଳରେ ପରିପୂର୍ଣ୍ଣ ଅଳଙ୍କାର, ଯାହାକି ଟ୍ରେଣ୍ଡି ଓ ମହିଳାଙ୍କୁ ଏକ ନୂତନ ରୂପ ପ୍ରଦାନ କରିବ ।

    ଆପଣଙ୍କର ପାରମ୍ପରିକ ଗହଣା ପରିବର୍ତେ ଏହି ଗହଣାକୁ ଆପଣାଇବାର ସମୟ ଆସିଯାଇଛି ଯେଉଁଥିରେ ରହିଛି ଷ୍ଟାଇଲିସ୍ ଇୟରିଂ, ରିଙ୍ଗ୍‌, ବ୍ରେସଲେଟ୍‌, ପେଣ୍ଡେଂଟ ଓ ନେକ୍‌ଲେସ୍ ସମ୍ଭାର । ଏହି କଲେକ୍ସନ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ ଓ ବ୍ରହ୍ମପୁର ସହର ସମେତ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟ ଗୁଡିକରେ ଉପଲବ୍ଧ ହୋଇଛି । ଗ୍ରାହକ ରିଲାଏନ୍ସ ଜୁଏଲ୍ସ ସୋ ରୁମରୁ କିଣାକିଣି କରି ସୁନା ଗହଣାର ଗଢ଼ା ମଜୁରୀରେ ୩୦% ପର୍ୟ୍ୟନ୍ତ ସ୍ୱତନ୍ତ୍ର ରିହାତି ପାଇପାରିବେ । ଏହା ସହିତ ହୀରା (ଡାଏମଣ୍ଡ) ଗହଣାରେ ମଧ୍ୟ ୩୦% ରିହାତି ଉପଲବ୍ଧ ରହିଛି । ଏହି ରିହାତି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ଓ ଏଥିରେ କିଛି ସର୍ତ ଓ ବ୍ୟବସ୍ଥାବଳୀ ରହିଛି ।

    ପ୍ରତି ଋତୁରେ ଓ ପ୍ରତି ଅବସର ପାଇଁ ଡାଏମଣ୍ଡ୍ ବା ହୀରାର ଏକ ସ୍ୱତନ୍ତ୍ର ଭୂମିକା ରହିଛି ଓ ଏହା ମହିଳାଙ୍କର ସୌନ୍ଦର୍ୟ୍ୟକୁ ବହୁଗୁଣିତ କରିଥାଏ । ରିଲାଏନ୍ସ ଜୁଏଲ୍ସ ଏହାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ପାଇଁ ନୂତନ ହୀରା ଗହଣା ବା ଡାଏମଣ୍ଡ ଜୁଏଲାରୀର ପ୍ରସ୍ତୁତ କରିଛି । ପ୍ରତି ମହିଳା ସର୍ବୋତମ ସୌନ୍ଦର୍ୟ୍ୟ ପାଇବା ପାଇଁ ଓ ଚମକ ନିମନ୍ତେ ଏହାର ସମସ୍ତ ମାନକ ଯଥା ରଙ୍ଗ, ସ୍ୱଚ୍ଛତା, କ୍ୟାରେଟ୍ ଓ କଟ୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ପ୍ରଦାନ କରାଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook