Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସଂଧ୍ୟା ସମୟରେ ବନାନ୍ତୁ ହାକ୍କା ନୁଡ଼ୁଲ୍ସ

    Share on :
    ajab-Image
    Date: Nov 24, 2021    Views: 2844


    ଆବଶ୍ୟକ ସାମଗ୍ରୀ-

    ନୁଡ଼ୁଲ୍ସ,ରସୁଣ,ପିଆଜ,ତେଲ,ଲୁଣ,ଗାଜର,କ୍ୟାପସିକମ,ପତ୍ରକୋବି,ଗ୍ରୀନ୍ ମଟର,ସୋୟାସସ୍, ଚିଲ୍ଲୀ ସସ୍,ଟମାଟୋ ସସ୍,ଭିନେଗାର,ଧନିଆ ପତ୍ର ।

    ପ୍ରସ୍ତୁତି ପ୍ରଣାଳୀ- 

    ପ୍ରଥମେ ନୁଡ଼ୁଲ୍ସକୁ ସିଝାଇ, ଛାଣି ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସରେ କଡେ଼ଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ରସୁଣ ଏବଂ କଟା ପିଆଜ ପକାଇ ଫ୍ରାଏ କରିବେ । ଏହା ହାଲକା ଫ୍ରାଏ ହେବା ପରେ, ସେଥିରେ ପତଳା ପତଳା କଟା ହୋଇଥିବା ଗାଜର,କ୍ୟାପସିକମ,ପତ୍ରକୋବି,ଗ୍ରୀନ୍ ମଟର,ପକାଇ ମିକ୍ସ କରିବେ । ଏହାପରେ ପୂର୍ବରୁ ସିଝାଇ ରଖିଥିବା ନୁଡ଼ଲସ ରେ ସୋୟାସସ୍,ଟମାଟୋ ସସ୍,ଚିଲ୍ଲୀ ସସ୍ ଅଳ୍ପ ଭିନେଗାର ଏବଂ ଲୁଣ ପକାଇ ଗୋଳାଇ,ଗ୍ୟାସରେ ବସିଥିବା ପରିବା କଡେ଼ଇରେ ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସ୍ ବନ୍ଦ କରି, ତା ଉପରେ କିଛି କଟା ପିଆଜ, କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ହାକ୍କା ନୁଡ଼ଲ୍ସ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ

    Maximum 500 characters

    ବିଶେଷ View all

    Find Us on Facebook