Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଶ୍ମୀରେଖାଙ୍କ ଦୁଇ ପ୍ରେମିକଙ୍କୁ ହେବ ଜେରା

    Share on :
    ajab-Image
    Date: Jun 22, 2022    Views: 3786

    ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ମୃତ୍ୟୁ ମାମଲାରେ ପ୍ରେମିକଙ୍କୁ ହେବ ଜେରା। ରଶ୍ମୀରେଖାଙ୍କ ଦୁଇ ପ୍ରେମିକଙ୍କୁ ଜେରା କରିବ ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ପ୍ରେମିକ ସନ୍ତୋଷ ପାତ୍ର ଓ ପୂର୍ବତନ ପ୍ରେମିକ ରାଜାଙ୍କୁ ହେବ ଜେରା। ଆତ୍ମହତ୍ୟା ପଛର କାରଣ ଓ କିଏ ଉସୁକେଇଥିଲା, ସେନେଇ ଜେରା କରିବ ପୁଲିସ୍।

    ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ରଶ୍ମୀରେଖା। ଉକ୍ତ ଘରକୁ ପ୍ରଥମେ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ହୋଇ ରହୁଥିଲେ। ଉଭୟ ପତିପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ରାଜା।

    ରାଜା ହେଉଛନ୍ତି ରଶ୍ମୀରେଖାଙ୍କ ପୂର୍ବତନ ପ୍ରେମିକ। ସେ ବାରମ୍ୱାର ରଶ୍ମୀରେଖାଙ୍କ ପାଖକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ସନ୍ତୋଷ ଓ ରଶ୍ମୀରେଖାଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ରାଜାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିବା ଶୁଣିବାକୁ ମିଳିଥିଲା। ଯାହାର ଅଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଅଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ। ଅଡ଼ିଓରୁ ଯାହା ଜଣାପଡୁଛି, ରାଜାକୁ ଆଦୌ ବରଦାସ୍ତ କରିପାରୁନଥିଲେ ସନ୍ତୋଷ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook