Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨ ଗଣବଳାତ୍କାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

    Share on :
    ajab-Image
    Date: Nov 30, 2022    Views: 3545

    ଜଗତସିଂହପୁର: ନାବାଳିକାଙ୍କୁ ଗଣ ବଳାତ୍କାର ସହ ହତ୍ୟା ମାମଲାର ବିଚାର କରି ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ଦୁଇ ଅଭିଯୁକ୍ତ ଶେଖ ଆସିଫ ଓ ଶେଖ ଅକିଲଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁରରେ ୨୦୧୪  ମସିହାର ଏହି ଘଟଣା ଘଟିଥିଲା ।

    ୭ ବର୍ଷର ଜଣେ ନାବାଳିକା ଚକୋଲେଟ କିଣି ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ ଓ ପରେ ବଳାତ୍କାର ସହ ହତ୍ୟା କରାଯାଇଥିଲା କ୍ଷ ଏକ ଘରର ତାଜା ଉପରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ପୋଲିସ ସେତେବେଳେ ୪ଜଣଙ୍କୁ ଗିରଫ କରିଥିଲା । ମାମଲାର ବିଚାର କରି ଅଦାଲତ ଦୁଇ ଜଣଙ୍କୁ ଖଲାସ କରିଛନ୍ତି । ସେସମୟରେ ତିର୍ତ୍ତୋଲ ଥାନା ଅଧିକାରୀ ଦୟାନିଧି ନାୟକ ଓ ବରିଷ୍ଠ ପୋଲିସ ଅଧିକାରୀ ଭବାନୀ  ଶଙ୍କର ମିଶ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ବେଶ ତନାଘନ। କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook