Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଛାତି ପିଟି କାନ୍ଦିଲେ ରାକ୍ଷୀ ସାୱନ୍ତ

    Share on :
    ajab-Image
    Date: Jan 29, 2023    Views: 2525

    ମୁମ୍ବାଇ: ଆଉ ନାହାନ୍ତି ରାକ୍ଷୀଙ୍କ ମା’ । ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମାଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି ରାକ୍ଷୀ । ପ୍ରଥମେ କର୍କଟ ଓ ପରେ ମସ୍ତିଷ୍କ ଟ୍ୟୁମରର ଶିକାର ହୋଇଥିଲେ ମା’ ଜୟା ଭେଡ଼ା । ବିଗତ କିଛି ଦିନ ପୂର୍ବରୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ପାରାଲିସସ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଥିପାଇଁ ରାକ୍ଷୀ ନିଜ ମା’ଙ୍କ ଦୀର୍ଘାୟୁ ନିମନ୍ତେ ମଧ୍ୟ ତାଙ୍କ ଫ୍ୟାନ୍ସ ମାନଙ୍କୁ ଆରୋଗ୍ୟ ପ୍ରାର୍ଥନାର ଅନୁରୋଧ କରିଥିଲେ । ପ୍ରଥମେ ପିତାଙ୍କୁ ହରାଇଥିବା ରାକ୍ଷୀଙ୍କ ମୁଣ୍ଡ ଉପରୁ ତାଙ୍କ ମା’ଙ୍କ ଛାୟା ମଧ୍ୟ ଚାଲିଯାଇଛି ।

    ଜାନୁଆରୀ ୨୦୨୩ରେ ଯେତେବେଳେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ମରାଠୀ ବିଗ ବସରୁ ବାହାରିଥିଲେ, ସେତେବେଳେ ସେ ହସ୍ପିଟାଲ ଯାଇ ତିନି ମିନିଟର ଭିଡ଼ିଓ ନିଜ ମା’ଙ୍କ ଆରୋଗ୍ୟ କାମନା ନିମନ୍ତେ ଭିଡ଼ିଓ ସେୟାର କରିଥିଲେ । ଡ଼ାକ୍ତରଙ୍କ କହିବା ଅନୁସାରେ, ତାଙ୍କ ମା’ଙ୍କ ଶରୀରର ସମସ୍ତ ଅଙ୍ଗକୁ କ୍ୟାନସର ବ୍ୟାପି ଯାଇଥିଲା । ମା’ଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହକୁ ଡ଼ାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ଏହି ସମୟରେ ତାଙ୍କର ଭାଇ ରାକେଶ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ । 

    Maximum 500 characters

    ବିଶେଷ View all

    Find Us on Facebook