Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୁଇଟି ସୋପାନରେ ହେବ ରାଜ୍ୟସଭା ଭୋଟ

    Share on :
    ajab-Image
    Date: May 21, 2022    Views: 3459

    ଭୁବନେଶ୍ବର : ରାଜ୍ୟସଭାର ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ଦୁଇଟି ସୋପାନରେ ହେବ। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ଏନ୍‌.ଭାସ୍କର ରାଓ ଏବଂ ଡ. ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ସରିଛି। ଉକ୍ତ ତିନି ଆସନ ପାଇଁ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୪ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମେ ୩୧ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ, ଜୁନ ପହିଲାରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ରେ ପ୍ରତ୍ୟାହାର ସମୟ ଧାର୍ୟ୍ୟ ହୋଇଛି। ଜୁନ ୧୦ରେ ଭୋଟ ଗ୍ରହଣ କରାଯିବ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମତଦାନ କରାଯାଇ ଅପରାହ୍ଣ ୫ଟାରେ ଗଣତି ପରେ ଫଳ ଘୋଷଣା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

    ସେହିଭଳି ରାଜ୍ୟସଭା ସାଂସଦ ସୁବାସ ସିଂହ କଟକ ମେୟର ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ଜୁନ ୧୩ରେ ହେବ । ଜୁନ ୨ ଯାଏଁ ନାମାଙ୍କନପତ୍ର ଦାଖଲ, ୩ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୬ରେ ପ୍ରତ୍ୟାହାର ପରେ ୧୩ରେ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ଣ ୫ଟାରେ ଗଣତି ପରେ ଫଳ ଘୋଷଣା କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook