Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ସ୍ୱାଧୀନତା ଇତିହାସରେ ‘ଭାରତ ଛାଡ’ ଆନ୍ଦୋଳନ

    Share on :
    ajab-Image
    Date: Aug 6, 2022    Views: 2471

    ଭୁବନେଶ୍ୱର : ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନ ବା ଅଗଷ୍ଟ ବିପ୍ଲବ ଥିଲା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସଂଗଠିତ ଏକ ଐତିହାସିକ ଗଣ ବିପ୍ଲବ   । କ୍ରିପସ ମିଶନର ବିଫଳତା ଯୋଗୁଁ ବ୍ରିଟିଶ ସରକାରଙ୍କ ଉପରେ ଭାରତର ପ୍ରମୁଖ ନେତୃବୃନ୍ଦଙ୍କ ଆସ୍ଥା ତୁଟି ଯାଇଥିଲା   । ହିନ୍ଦୁ ମୁସଲମାନ ବିଭେଦ ତୀବ୍ରତର ହେଉଥିବାରୁ ଗାନ୍ଧିଜୀ ଭାରତ ଛାଡ ଆନେ୍ଦାଳନ ଡାକରା ଦେବାକୁ ବାଧ୍ୟ ହୋଇଥିଲେ । ବ୍ରିଟିଶ ସରକାର ଉଦେ୍ଧଶ୍ୟରେ ସେ ଘୋଷଣା କରିଥିଲେ - ‘ଭାରତ ଛାଡ’  । 

    ୧୯୪୨ ମସିହା ଜୁଲାଇ ୧୪ ତାରିଖରେ ୱାର୍ଦ୍ଧାଠାରେ ଗାନ୍ଧିଜୀଙ୍କ ‘ଭାରତ ଛାଡ’ ପ୍ରସ୍ତାବକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ଗ୍ରହଣ କଲା   । ୧୯୪୨ ମସିହା  ଅଗଷ୍ଟ ୭ ତାରିଖରେ ବମ୍ବେରେ ବସିଥିବା ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଏହି ଭାରତ ଛାଡ ପ୍ରସ୍ତାବକୁ ଚୂଡାନ୍ତ ରୂପ ଦେବା ଲାଗି  ନିଷ୍ପତ୍ତି ଗ୍ରହଣ କରାଗଲା   ।

    ଅଗଷ୍ଟ ୮ ତାରିଖ  ମଧ୍ୟରାତ୍ରିରେ କଂଗ୍ରେସ କମିଟି ଭାରତ ଛାଡ ଆନ୍ଦୋଳନ କରିବା ପାଇଁ ଦୃଢ ସଂକଳ୍ପ ଗ୍ରହଣ କଲା  । ସେହି ଅଗଷ୍ଟ ୮ ତାରିଖ ଦିନ ବିଳମ୍ବିତ ରାତ୍ରି ଯାଏ ବାପୁଜୀ ମୁସଲମାନ, ଛାତ୍ର, ସୈନିକ, ସାମ୍ବାଦିକ, ସରକାରୀ କର୍ମଚାରୀ ସମେତ ସମସ୍ତ ଦେଶବାସୀଙ୍କୁ ଯେଉଁ ଦୀର୍ଘ ସମ୍ବୋଧନ କରିଥିଲେ ତାହା ଦେଶବାସୀଙ୍କୁ ଜାଗ୍ରତ କରିଥିଲା   ।

    ବ୍ରିଟିଶ ସରକାର କଂଗ୍ରେସର ଏହି ଚରମ ପଦକ୍ଷେପ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ପାଇ ଏହାକୁ ବିଫଳ କରିବା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିସାରିଥିଲେ   । ଦେଶର ତୁଙ୍ଗ ନେତାମାନଙ୍କୁ ଗିରଫ କରିବାର ଯୋଜନା କରାଯାଇଥିଲା   । ମହାନ କ୍ରାନ୍ତିର ଦିବସ ଅଗଷ୍ଟ ୯ ସକାଳର ସୂର୍ଯେ୍ୟାଦୟ ପୂର୍ବରୁ ଗାନ୍ଧିଜୀଙ୍କୁ ପୁଲିସ ଗିରଫ କରିନେଲା   । ଗାନ୍ଧିଜୀ ନିର୍ଭୟରେ ପୁଲିସ ଗାଡିରେ ବସିଲାବେଳେ ପ୍ୟାରେଲାଲଙ୍କୁ ନିଦେ୍ର୍ଧଶ ଦେଇଗଲେ - ପ୍ରତ୍ୟେକ ଅହିଂସା ସିପାହୀ କାଗଜରେ କର ବା ମର ଲେଖି ତା’ର ପୋଷାକରେ ଲଗାଇ ଦିଅ  । ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା   । ଗାନ୍ଧିଜୀଙ୍କ ଆଗା ଖାଁ ପ୍ରାସାଦରେ ବନ୍ଦୀ ଭାବେ ରଖାଗଲା  । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶବାସୀଙ୍କ ମଧ୍ୟରେ ମୁକ୍ତି ପାଇଁ ବିପ୍ଳବର ଲେଲିହାନ ଶିଖା ଉଗ୍ରରୂପ ଧାରଣା କରିଥିଲା   । ଦେଶରେ ବ୍ୟାପକ ହିଂସା, ଉତ୍ତେଜନା ପରିଲକ୍ଷିତ ହେଲା   । ଧନ ସମ୍ପତ୍ତି ନଷ୍ଟ ହେବାକୁ ଲାଗିଲା   । ଉତ୍ତ୍ୟକ୍ତ ଜନତା ପୋଷ୍ଟ ଅଫିସ ଆକ୍ରମଣ କଲେ   । ରେଳ ଲାଇନ ଧ୍ୱଂସ  କରିଦେଲେ   । ଇଂରେଜ ସରକାର ମଧ୍ୟ ବିପ୍ଲବୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାରେ ଲାଗିଥିଲେ   । ସରକାରୀ ହିସାବ ଅନୁସାରେ ଅଗଷ୍ଟ ୯ରୁ ନଭେମ୍ବର ୩୦ ମଧ୍ୟରେ ୧୦୦୮ ଜଣ ପ୍ରାଣ ହରାଇଥିଲେ ଓ ୩,୨୭୫ ଜଣ ଆହତ ହୋଇଥିଲେ  ।
    ଓଡିଶାରେ ମଧ୍ୟ ଏହି ଅଗଷ୍ଟ ବିପ୍ଳବର ପ୍ରଭାବ ପଡ଼ିଥିଲା   । ଅଗଷ୍ଟ ତୃତୀୟ ସପ୍ତାହରେ ଓଡିଶାର ଗାଁ ଗହଳିରେ ଏହି ବିପ୍ଳବ ତୀବ୍ରତର ହୋଇଉଠିଲା   । ଯାହାକୁ ଇଂରେଜ ସରକାର ସହଜରେ ଦମନ କରିପାରିନଥିଲେ   । ବାଲେଶ୍ୱରର ରକ୍ତତୀର୍ଥ ଇରମର ମାଟି ଅଗଷ୍ଟ କ୍ରାନ୍ତିରେ ପୁଲିସର ବର୍ବର ଆକ୍ରମଣରେ ବିପ୍ଳବୀର ରକ୍ତରେ ଭିଜି ଯାଇଥିଲା   । ସେହିପରି ଶହୀଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅଗଷ୍ଟ ୨୧ ତାରିଖରେ ସରକାରୀ କାର୍ଯ୍ୟାଳୟ ଉପରେ ଚଢଉ କରିବା ସହ ଜଣେ ଫରେଷ୍ଟ ଗାର୍ଡକୁ ଗୁରୁତର ଭାବେ ଆହତ କରି ଦେଇଥିଲେ   । ଫଳରେ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଯିବା ସହ ୧୯୪୩ ଅଗଷ୍ଟ ୨୯ରେ ବ୍ରହ୍ମପୁର ଜେଲରେ ଫାଶୀ ଦିଆଗଲା   ।

    ଭାରତରେ ଘଟିଥିବା ଏହି ହିଂସାତ୍ମକ ଗଣ ଆନେ୍ଦାଳନ ପାଇଁ ଭାରତର ତକôାଳୀନ ବଡ଼ଲାଟ ଲର୍ଡ ଲିନଲିଥିଗୋ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଗାନ୍ଧିଜୀଙ୍କୁ ସମାଲୋଚନା କଲେ   । ଇଂଲଣ୍ଡ ଓ ଆମେରିକାରେ ଏହାର ବ୍ୟାପକ ପ୍ରଚାର ବି ହୋଇଥିଲା   । ତେବେ ଗାନ୍ଧିଜୀଙ୍କ ସପକ୍ଷରେ ପାଶ୍ଚାତ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବାହାରିଥିଲେ   । ଗାନ୍ଧିଜୀଙ୍କ ଆନେ୍ଦାଳନ ତୀବ୍ରତର ହେବାରୁ ବ୍ରିଟିଶ ସରକାର ବେଶୀଦିନ ତିଷ୍ଠିବ ନାହିଁ ବୋଲି ବାର୍ତ୍ତା ଯାଇଥିଲା   । ପରିଶେଷରେ ୧୯୪୭ ମସିହା  ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଲାଭ କଲା   ।

    Maximum 500 characters

    ICSE 10TH View all

    Find Us on Facebook