Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ସାରା ଦେଶରେ ସିନ୍ଧୁଙ୍କ ପ୍ରଶଂସା

    Share on :
    ajab-Image
    Date: Aug 2, 2021    Views: 5159

    ଟୋକିଓ : ଭାରତୀୟ କ୍ରୀଡ଼ା ଇତିହାସରେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ରବିବାର ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛନ୍ତି । ମହିଳା ଏକକ ବ୍ୟାଡମିଣ୍ଟନରେ ଚୀନର ହେ ବିଙ୍ଗଜିଆଓଙ୍କୁ ସିଧାସଳଖ ଭାବେ ୨୧-୧୫, ୨୧-୧୩ରେ ହରାଇ ଚଳିତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବାର ଗୌରବମୟ ଗାଥା ଲେଖିଛନ୍ତି ୨୭ ବର୍ଷୀୟା ସିନ୍ଧୁ । ତା’ସହିତ ଅଲିମ୍ପିକ୍ସରେ ଦୁଇଟି ବ୍ୟକ୍ତିଗତ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଅନନ୍ୟ ଇତିହାସ ରଚିଛନ୍ତି । ସେହିଭଳି ସୁଶୀଲ କୁମାରଙ୍କ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ହେବାର ମଧ୍ୟ କୀର୍ତ୍ତିମାନ କରିଛନ୍ତି । ଖାଲି ସେତିକି ନୁହେଁ ଅଲିମ୍ପିକ୍ସରେ ଲଗାତାର ପଦକ ଜିତିବାରେ ବିଶ୍ୱର ଚତୁର୍ଥ ମହିଳା ଏକକ ବ୍ୟାଡମିଣ୍ଟନ୍ ତାରକା ମଧ୍ୟ ହୋଇଛନ୍ତି । ବ୍ୟାଡମିଣ୍ଟନରୁ ବି ଏହା ଭାରତର କ୍ରମାଗତ ତୃତୀୟ ଅଲିମ୍ପିକ୍ସ ପଦକ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସାଇନା ନେହୱାଲ (କାଂସ୍ୟ ପଦକ) ବ୍ୟାଡମିଣ୍ଟନରେ ପଦକ ଅମଳର ଏହି ଧାରା ଆରମ୍ଭ କରିଥିଲେ । ସିନ୍ଧୁ ଏହାକୁ ଆଗେଇ ନେଇ ଲଗାତାର ଦୁଇଟି ପଦକ ଜିତି ନେଇ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି । ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ୍ ମହାନାୟିକା ନିଜ ପଦାର୍ପଣରେ ହିଁ ରୌପ୍ୟ ପଦକ ହାସଲ କରିଥିଲେ । ସେଥିପାଇଁ ଟୋକିଓରେ ଦେଶ ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା ।

    Maximum 500 characters

    TOKYO OLYMPIC View all

    Find Us on Facebook