Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଲୋକାର୍ପଣ ହେଲା ୩ ହଜାର କୋଟି ଟଙ୍କାର ପ୍ରକଳ୍ପ

    Share on :
    ajab-Image
    Date: Mar 10, 2021    Views: 13616

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ଲୋୟର ଇନ୍ଦ୍ର ପ୍ରକଳ୍ପ ସମେତ ୫ଟି ମେଗା ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମିଶାଇ ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରାୟ ୪୫ଟି ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଜିଲ୍ଲାରେ କୃଷି କାର୍ଯ୍ୟ ପାଇଁ ଜଳସେଚନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ଅନେକ ଯୋଜନାର ଶୁଭାରମ୍ଭ କରିବା ସହ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ନୂଆପଡ଼ା ଗସ୍ତ କରିଥିଲେ । ଖରିଆରର ତିଖାଲି ଡ୍ୟାମ ନିକଟରେ ସେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ  । ଫଳରେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ସମେତ ବଲାଙ୍ଗୀର ଜିଲ୍ଲାର କେତେକ ବ୍ଲକର ପ୍ରାୟ ୩୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଉଦନ୍ତୀ ନଦୀ ଉପରେ ନିର୍ମିତ ବି୍ରଜ ଏବଂ ଏକ ଦକ୍ଷତା ବିକାଶ କେନ୍ଦ୍ର ରହିଛି । 

    ଡିଜିଟାଲ ବ୍ୟବସ୍ଥାରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବା ପରେ ସେଠାରୁ ସେ ରାଜା ଏଟି ହାଇସ୍କୁଲ ପଡ଼ିଆରେ ଆୟୋଜିତ ସମାବେଶସ୍ଥଳରେ ପହଞ୍ଚିବେ । ସେଠାରେ ସେ ଡିଜିଟାଲ ବ୍ୟବସ୍ଥାରେ ମଧ୍ୟ କେତେକ ପ୍ରକଳ୍ପର ଶୁଭ ଉଦଘାଟନ କରି ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେଠାରେ ବାହାରି ଅପରାହ୍ନ ୨ଟାରେ ସେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ଏକାଧିକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଦୁଇଦିନ ଆଗରୁ ବହୁ ମନ୍ତ୍ରୀ, ଦଳୀୟ ବିଧାୟକ ଓ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ନୂଆପଡ଼ା ଗସ୍ତ କରି ଦଳର ସଂଗଠନ ଦାୟିତ୍ୱରେ ଥିବା ପଞ୍ଚାୟତସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ସ୍ଥିତି ମଜବୁତ କରିବା ନେଇ ସେ ଆଲୋଚନା କରିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook