Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଳାଇଲେ ପ୍ରଶାନ୍ତ...

    Share on :
    ajab-Image
    Date: Apr 18, 2024    Views: 3977

    ଟାଙ୍ଗୀ :  ଚାଲିଥିଲା ଶ୍ରୀରାମ ଜୟନ୍ତୀ ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହେବା ପାଇଁ ନିଜ ଆଡ଼ୁ ଆସିଲେ । କିନ୍ତୁ ଲୋକେ କଲେ ବିରୋଧ । ଶେଷରେ କିଛି ବାଟ ନପାଇ  ନିଜେ ଶୋଭାଯାତ୍ରାରୁ ପଳାଇଲେ । ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ କ୍ଷେତ୍ରରେ ବୁଧବାର ଏଭଳି କିଛି ଘଟଣା ଘଟିଛି । 

    ଘଟଣା କ୍ରମ ଏମିତି ଥିଲା ଯେ, ଟାଙ୍ଗୀ ଚାନ୍ଦପୁର କନ୍ଧ ନୟାଗଡ଼ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ ଖୋର୍ଦ୍ଧା ନୟାଗଡ଼ର  ଯୁବକ ମାନେ  ସାମିଲ ହୋଇ ଆସୁଥିଲେ । ଏହି ସମୟରେ ଖବର ପାଇ ଶୋଭାଯାତ୍ରାରେ ସାମିଲ  ହେବା ପାଈଁ ଦଉଡି ଆସିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ଜଗଦ୍ଦେବ ଜୋର ଜବର ଦସ୍ତ  ଶୋଭାଯାତ୍ରାରେ ସାମିଲ ହେବାରୁ ପରିସ୍ଥିତି ଉତେଜନା ଦେଖା ଦେଇଥିଲା । ଶୋଭାଯାତ୍ରା କାରୀ ମାନେ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା ପରିସ୍ତିତି ଏମିତି ହୋଇଥିଲା ଯେ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବା ସହ ପ୍ରଶାନ୍ତ ଜଗଦ୍ଦେବ ଘଟଣା ସ୍ଥଳରୁ ପଳାଇଥିଲେ ।

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେପିରେ ଯୋଗଦେବା ପରଠାରୁ ପ୍ରଶାନ୍ତଙ୍କୁ ଚାରିଆଡେ଼ ବିରୋଧୀ ସମ୍ମୁଖୀନ ହେବାକୁ ପଡ଼ୁଛି ।  ଗତକିଛି ଦିନ ତଳେ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଶୋଭାଯାତ୍ରାବେଳେ ଲୋକେ ତାଙ୍କୁ ବିରୋଧ କରିଥିଲେ । ଶେଷରେ ସେ ଜଣେ ସାମ୍ବାଦିକଙ୍କୁ ବି ଆକ୍ରମଣ କରିବାକୁ ପଛାଇନଥିଲେ । ଯାହାକୁ ନେଇ ବିଜେଡି ସିଇଓଙ୍କ ନିକଟରେ ଫେରାର ହୋଇଥିଲା । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook