Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ବିରୋଧରେ ଲଢିବାକୁ ଇଚ୍ଛାଥିଲା: ପ୍ରଶାନ୍ତ

    Share on :
    ajab-Image
    Date: Apr 12, 2024    Views: 3275

    ଭୁବନେଶ୍ୱର: ବିଜେଡି ଛାଡ଼ି ନିକଟରେ ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେ୍ଧବ କେଉଁ ଆସନରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛା ରଖିଛନ୍ତି ସେ ସମ୍ପର୍କରେ ଆଜି ସେ ମୁହଁ ଖୋଲିଛନ୍ତି । ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବା ପାଇଁ ଇଚ୍ଛା ଥିଲା ବୋଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ କହିଛନ୍ତି ।
    ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହିଞ୍ଜିଳିରୁ ଲଢିବାକୁ ଚାହୁଁଥିଲି । ଦଳ ମୋତେ ହିଞ୍ଜିଳିରୁ ପ୍ରାର୍ଥୀ କଲାନି । ମୁଁ ଏଥର ଲଢିବିନି । ନିର୍ବାଚନ ଲଢିବିନି । କିନ୍ତୁ ବିଜେଡିକୁ ହଟାଇବାକୁ ମୁଁ ସହିଦ ହେବାକୁ ପ୍ରସ୍ତୁତ ବୋଲି ପ୍ରଶାନ୍ତ କହିଛନ୍ତି ।

    ସେହିପରି ଗତକାଲି ଛଣଗିରି ଘଟଣାକୁ ନେଇ ପ୍ରଶାନ୍ତ କହିଛନ୍ତି ଯେ ସେଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିବା ପାଇଁ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା । କିଛି ଲୋକଙ୍କୁ ଟଙ୍କା ଦେଇ  ଅପରାଜିତାଙ୍କୁ ହଇରାଣ କରିବାକୁ କୁହାଯାଇଥିଲା । ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିଲେ, ମୁଁ ଅଟକାଇଥିଲି ବୋଲି ପ୍ରଶାନ୍ତ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook