Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରେ ପ୍ରକାଶ ବେହେରା

    Share on :
    ajab-Image
    Date: Apr 3, 2024    Views: 3356

    ଭୁବନେଶ୍ୱର: ଆଜି ବିଜେଡିରେ ମିଶିଛନ୍ତି ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି। ସେପଟେ ସାଲେପୁରରୁ ପ୍ରକାଶ ନା ପ୍ରଶାନ୍ତ, କାହାକୁ ମିଳିବ ଟିକେଟ, ଏନେଇ ରାଜନୀତି ସରଗରମ ହୋଇଛି ।

    ଆଜି ବିଜେଡିରେ ମିଶିଛନ୍ତି ପ୍ରକାଶ ବେହେରା। ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେବା ପରେ କେଉଁ ଦଳରେ ମିଶିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ସେ ବିଜେଡିରେ ମିଶିଛନ୍ତି ।

    ଅନ୍ୟପକ୍ଷରେ ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ହେଉଛି। ସାଲେପୁର ଆସନ ପାଇଁ ପ୍ରକାଶ ଟିକଟ ହାତେଇବେ ନା ପ୍ରଶାନ୍ତ ବେହେରା ରିପିଟ ହେବେ ତାକୁ ନେଇ ଉଭୟ ନେତାଙ୍କ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ଆଲୋଚନା ସରଗରମ ହେବାରେ ଲାଗିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook