Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଦୂଷଣ ପାଇଁ ବିପଦରେ ଶିଶୁ, ୭୫ ପ୍ରତିଶତରୁ ଅଧିକ ଶିଶୁ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି

    Share on :
    ajab-Image
    Date: Oct 14, 2021    Views: 3893

    ନୂଆଦିଲ୍ଲୀ: ସମୟକ୍ରମେ ଦିଲ୍ଲୀର ବାୟୁମଣ୍ଡଳ ଅଧିକରୁ ଅଧିକ ପ୍ରଦୂଷିତ ହେଉଛି ବୋଲି ଏକ ଡଜନରୁ ଅଧିକ ବୈଜ୍ଞାନିକ, ବିଶେଷଜ୍ଞ ଓ ପରିବେଶ ସଂଗଠନ ମତ ଦେଇଛନ୍ତି । ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ରିପୋର୍ଟ ଅନୁସାରେ ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ନଗରୀଗୁଡ଼ିକ ମଧ୍ୟରୁ ଅନ୍ୟତମ । ରାଜଧାନୀର ଏହି ସାଂଘାତିକ ପ୍ରଦୂଷଣ କେବଳ ବରିଷ୍ଠ ନାଗରିକ ଓ ପ୍ରାପ୍ତବୟସ୍କଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉନାହିଁ, ବରଂ ଏହା ଶିଶୁମାନଙ୍କୁ ବି ପ୍ରଭାବିତ କରୁଛି । ଦ ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନଷ୍ଟିଚୁ୍ୟଟ୍ (ଟେରୀ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଓ ଦିଲ୍ଲୀ ପ୍ରଦୂଷଣ ୭୫ ପ୍ରତିଶତରୁ ଅଧିକ ଶିଶୁଙ୍କୁ ଅଣନିଃଶ୍ୱାସୀ ଅନୁଭବ କରାଉଛି । ଟେରୀ ୪୧୩ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଅଧ୍ୟୟନ କରିଥିଲା । ସେଥିମଧ୍ୟରୁ ୭୫.୪ ପ୍ରତିଶତ ଅଣନିଃଶ୍ୱାସୀ ଅନୁଭବ କରୁଥିବା ବେଳେ ୨୪.୨ ପ୍ରତିଶତ ଆଖି କୁଣ୍ଡେଇ ହେଉଥିବା, ୨୨.୩ ପ୍ରତିଶତ ନିୟମିତ ଛିଙ୍କ ହେଉଥିବା ଓ ନାକରୁ ପାଣି ବୋହୁଥିବା ଏବଂ ୨୦.୯ ପ୍ରତିଶତ ଶିଶୁ ସକାଳେ କାଶ ହେଉଥିବା ପ୍ରକାଶ କରିଥିଲେ । ୧୪ରୁ ୧୭ ବର୍ଷର ପିଲାଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଦିଲ୍ଲୀରେ ଯେତିକି ଧୂଳି-ଧୂଆଁ ସୃଷ୍ଟି ହେଉଛି, ତାହା ନିରାପଦ ସୀମା ଭିତରେ ରହିଛି, ମାତ୍ର ପଡେ଼ାଶୀ ରାଜ୍ୟଗୁଡ଼ିକ ଅମଳ ଋତୁରେ ନଡ଼ା ପୋଡ଼ିବା ଯୋଗୁ ପ୍ରଦୂଷଣ ବହୁତ ବଢ଼ିଯାଉଛି । ପ୍ରଦୂଷଣ ନିୟନ୍ତ୍ରଣରେ ଦିଲ୍ଲୀବାସୀ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook