Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

State Board

ମୁଖ୍ୟ ଖବର

    ଯୁକ୍ତ ଦୁଇ ପରୀକ୍ଷା: ସିଏଚ୍‌ଏସ୍‌ଇ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି

    Share on :
    ajab-Image
    Date: Mar 25, 2022    Views: 4278

    ଭୁବନେଶ୍ୱର: ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଥିଓରୀ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ’ ୨୮ରେ ଶେଷ ହେବ ।  ପରୀକ୍ଷା ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ପରୀକ୍ଷାର୍ଥୀ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପୂର୍ବରୁ ଉତ୍ତରଖାତା ପ୍ରଦାନ କରାଯିବ । ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ ।

    ସେହିପରି ବାୟୋଲଜି ପରୀକ୍ଷା ଲାଗି ସମୟରେ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ଦିନ ପ୍ରଥମ ପର୍ୟ୍ୟାୟରେ ସକାଳ ୯ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ବଟାନୀ ପରୀକ୍ଷା ଏବଂ ୨୦ମିନିଟ୍ ପରେ ଅର୍ଥାତ ୧୦ଟା୫୦ରୁ ପୂର୍ବାହ୍ଣ ୧୨ଟା୨୦ ପର୍ୟ୍ୟନ୍ତ ଜୁଲୋଜୀ ପରୀକ୍ଷା କରାଯିବ । ଏକ୍ସରେଗୁଲାର(୨୦୨୦ ବ୍ୟାଚ୍‌) କଳା, ବିଜ୍ଞାନ ଏବଂ ବାଣିଜ୍ୟ ପ୍ରଶ୍ନପତ୍ରର ରଙ୍ଗ ଧଳା ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ରର ରଙ୍ଗ ସବୁଜ ରହିବ । ସେହିପରି ଥିଓରୀ ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍ ପ୍ରଶ୍ନ, ୩୦% ୨,୩ମାର୍କର ପ୍ରଶ୍ନ ଏବଂ ୨୦% ୬ ମାର୍କ ବିଶିଷ୍ଟ ପ୍ରଶ୍ନ ରଖାଯିବ । ସେହିପରି ଏପ୍ରିଲ ୪ରୁ ୧୨ ପର୍ୟ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ସକାଳ୯ରୁ ଆରମ୍ଭ ହେବ । ଏଥିରେ ୬୦, ୩୦ ଓ ୨୦ମାର୍କ ପରୀକ୍ଷା ଲାଗି ୩ ଘଣ୍ଟା ସମୟ ଧାର୍ୟ୍ୟ ହୋଇଥିବା ବେଳେ ୧୫ ମାର୍କ ପରୀକ୍ଷା ଲାଗି ୨ ଘଣ୍ଟା ସମୟ ଧାର୍ୟ୍ୟ କରାଯାଇଛି ।

    Maximum 500 characters

    State Board View all

    Find Us on Facebook