Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପିଜି ନାମଲେଖାକୁ ନେଇ ଆସିଲା ବଡ ଖବର

    Share on :
    ajab-Image
    Date: Oct 13, 2021    Views: 4112

    ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ବିଶ୍ୱ ବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ବିଷୟଭିତିକ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇଛି । ଯୋଗ୍ୟ ଛାତ୍ରଛାତ୍ରୀ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚଏସ ଫିଲିଂ କରିପାରିବେ । ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜିନାଲ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ ଏବଂ ୨୨ ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି’ ସାମସ ପୋର୍ଟାଲରେ ଦାଖଲ କରିବେ । ୨୩ ରୁ ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଆଲଟ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ରବିବାର ନାମଲେଖା ପ୍ରକ୍ରିୟା ବନ୍ଦ ରହିବ । ୨୩ ରୁ ୨୯ ତାରିଖ ମଧ୍ୟରେ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ସ୍ଲାଇଡ-ଅପ ଆବେଦନ କରିବେ । ୨୯ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା କେତେ ପିଲା ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି, ତାହାର ତାଲିକା ୱେବସାଇଟରେ ଦାଖଲ କରିବେ । ନଭେମ୍ବର ୪ ରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜିନାଲ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି’ ଦାଖଲ ସହ ୫ ରୁ ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ୧୨ ତାରିଖରେ ଖାଲି ସିଟ ପାଇଁ ସାମସ ୱେବସାଇଟରେ ପ୍ରୋଭିଜିନାଲ ତାଲିକା ପ୍ରକାଶ କରାଯିବ । ରାଜ୍ୟର ୧୪ଟି ବିଶ୍ୱ ବିଦ୍ୟାଳୟ ସମେତ ୭୨ଟି ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ୬୩ ହଜାର ୩୧୩ ଜଣ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫୫ ହଜାର ୩୨୭ ଜଣ ଅନଲାଇନରେ ଆବେଦନ ସହ ୫୨ ହଜାର ୬୩୯ ଜଣ ଫି’ଦାଖଲ କରିଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook