Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତାଗିଦ୍ କଲେ ବାଚସ୍ପତି, ବିଧାନସଭାରେ ହଙ୍ଗାମା କରିପାରିବେନି ବିଧାୟକ

    Share on :
    ajab-Image
    Date: Nov 24, 2021    Views: 3387

    ଭୁବନେଶ୍ୱର: ବିଧାନସଭାରେ ଗୃହ କାର୍ଯ୍ୟ ପରିଚାଳନା ନେଇ କେତେକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ପ୍ରଶ୍ନକାଳ ସମୟରେ ହେଉ କିମ୍ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ ବୋଲି ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ତାଗିଦ କରିଛନ୍ତି । ଗତ ୧୭ ତାରିଖରେ ସିମଲାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଥିବା ଡ.ପାତ୍ର ସୂଚନା ଦେଇଛନ୍ତି ।
     ବିଧାନସଭାର ଆସନ୍ତା ଅଧିବେଶନ ଆଗରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏ ନେଇ ସମସ୍ତଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଏଥିପାଇଁ ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ହେବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ ହେବ । କେଉଁ ଦିନ କାହାର ଟେଷ୍ଟ ହେବ ଆସନ୍ତା ୨୫ ତାରିଖରେ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ବୈଠକ ହେବ ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook