ମୁଖ୍ୟ ଖବର
ନୂଆଦିଲ୍ଲୀ : ନିଟ ୟୁଜି ୨୦୨୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ଏନେଇ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ଆଗାମୀ ୨୦୨୨ ମେ’ ୬ ପର୍ଯ୍ୟନ୍ତ ନିଟ ୨୦୨୨ ନେଇ ପଞ୍ଜୀକରଣ ଜାରିରହିବ ।
ୟୁଜି ମେଡ଼ିକାଲ ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ । ଏମବିବିଏସ, ବିଡ଼ିଏସ, ବିଏଏମଏସ, ବିଏସଏମଏସ, ବିୟୁଏମଏସ, ବିଏଚଏମଏସ ପାଇଁ ନାମଲେଖା ନିମନ୍ତେ ଏହି ପରୀକ୍ଷା ଦେବାକୁ ପଡ଼ିବ । ଚଳିତ ବର୍ଷ ଜୁଲାଇ ୧୭ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଇଂରାଜୀ, ହିନ୍ଦୀ, ଆସାମୀଜ, ବେଙ୍ଗଲି, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭଳି ୧୩ଟି ଭାଷାରେ ନିଟ ପରୀକ୍ଷା ହେବ ।
ନିଟ ୟୁଜି ୨୦୨୨ ପାଇଁ ଆବେଦନ କରିବା ବେଳେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ନିମନ୍ତେ ୪ଟି ସହର ଚୟନ କରିବେ । ଛାତ୍ରଛାତ୍ରୀମାନେ ନିଜ ସହର କିମ୍ବା ପଡେ଼ାଶୀ ସହରରେ ପରୀକ୍ଷା ଦେବା ପାଇଁ ଚୟନ କରିବା ଉଚିତ । ନଚେତ ଯାତାୟତରେ ସମସ୍ୟା ହେଲେ ଏଥିପାଇଁ ଏନଟିଏ ଦାୟୀ ରହିବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।
Comments ସମସ୍ତ ମତାମତ