Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

OTHER EXAM

ମୁଖ୍ୟ ଖବର

    ନିଟ ୨୦୨୨ ପରୀକ୍ଷା ଘୁଂଚାଇବାକୁ ଛାତ୍ରଛାତ୍ରୀଙ୍କ ଦାବି

    Share on :
    ajab-Image
    Date: Apr 10, 2022    Views: 7783

    ନୂଆଦିଲ୍ଲୀ : ନିଟ ୟୁଜି ୨୦୨୨ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇସାରିଛି  । ଆସନ୍ତା ଜୁଲାଇ ୧୭ରେ ନିଟ ପରୀକ୍ଷା ପାଇଁ ତାରିଖ ଘୋଷଣା ସରିଥିବାବେଳେ ପରୀକ୍ଷା ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚାଇଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି  । ଏନେଇ ଟ୍ୱିଟରରେ ଟ୍ରେଣ୍ଡ କରାଯାଉଥିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି  । ସୂଚନାଯୋଗ୍ୟଯେ, ପୂର୍ବରୁ ସୋସିଆଲ ମିଡ଼ିଆରେ ଜେଇଇ ମେନ ପରୀକ୍ଷା ଘୁଂଚାଇବାକୁ ଦାବି କରାଯାଇଥିବାବେଳେ ସରକାର ପରୀକ୍ଷା ଘୁଂଚାଇ ଦେଇଥିଲେ  । ତେଣୁ ସେହି ଆଶାରେ ନିଟ ପରୀକ୍ଷା ଘୁଂଚାଇବା ପାଇଁ ଦାବି କରାଯାଉଛି  ।

    ଛାତ୍ରଛାତ୍ରୀମାନଙ୍କ କହିବା କଥା ହେଉଛି, ଏନଟିଏ ନିଟ ୨୦୨୨ ପାଇଁ ଏବେ ତାରିଖ ଘୋଷଣା କରିଛି  । ଫଳରେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ନିମନ୍ତେ କମ ସମୟ ରହୁଛି  । ନିଟ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିମନ୍ତେ ୨ ମାସର ପ୍ରସ୍ତୁତି ଯଥେଷ୍ଟ ନୁହେଁ  । ଜେଇଇ ମେନ ୨୦୨୨ ପାଇଁ ବହୁତ ସମୟ ପିଲାଙ୍କ ହାତରେ ଥିଲେବି ସରକାର ତାହାକୁ ଘୁଂଚାଇ ଦେଇଥିଲେ  । ତେଣୁ ଏହି ପରୀକ୍ଷା ତାରିଖ ବି ଘୁଂଚାଇବା ଦରକାର  ।

    ସୂଚନାଯୋଗ୍ୟଯେ, ୟୁଜି ମେଡ଼ିକାଲ ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ  । ଏମବିବିଏସ, ବିଡ଼ିଏସ, ବିଏଏମଏସ, ବିଏସଏମଏସ, ବିୟୁଏମଏସ, ବିଏଚଏମଏସ ପାଇଁ ନାମଲେଖା ନିମନ୍ତେ ଏହି ପରୀକ୍ଷା ଦେବାକୁ ପଡ଼ିବ  । ଚଳିତ ବର୍ଷ ଜୁଲାଇ ୧୭ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ  । ଇଂରାଜୀ, ହିନ୍ଦୀ, ଆସାମୀଜ, ବେଙ୍ଗଲି, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭଳି ୧୩ଟି ଭାଷାରେ ନିଟ ପରୀକ୍ଷା ହେବ  ।

    Maximum 500 characters

    OTHER EXAM View all

    Find Us on Facebook