Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟଳିଲେ ତିନି ନକ୍ସଲ

    Share on :
    ajab-Image
    Date: Oct 26, 2021    Views: 3312


    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ସୁରକ୍ଷା କର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନରେ ବଡ଼ ସଫଳତା ମିଳିଛି । ଛତିଶଗଡ଼ର ବିଜାପୁର ଓ ତେଲେଙ୍ଗାନା ସୀମାରେ ହୋଇଥିବା ଏହି ଅପରେସନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ । ବହୁ ସଂଖ୍ୟାରେ ନକ୍ସଲ ସେଠାରେ କ୍ୟାମ୍ପ କରି ରହିଥିବା ଅନୁମାନ କରାଯାଉଛି । 


    ସୂଚନା ଅନୁଯାୟୀ, ଉପରୋକ୍ତ ଦୁଇ ରାଜ୍ୟର ସୀମାରେ ନକ୍ସଲଙ୍କ ଶିବିର ସମ୍ପର୍କିତ ଖବର ଗୁଇନ୍ଦା ବିଭାଗରୁ ମିଳିଥିଲା । ନକ୍ସଲଙ୍କ ଉପସ୍ଥିତି ନେଇ ଅଧିକ ଛାନଭିନ କରିବା ପରେ ଗୁଇନ୍ଦା ବିଭାଗ ପୁଲିସକୁ ଅବଗତ କରାଇଥିଲେ । ଏହା ପରେ ତେଲେଙ୍ଗାନା ପୁଲିସ ଏବଂ ଗ୍ରେହାଉଣ୍ଡ ଯବାନ ମିଳିତ ଭାବେ ଗୋଟିଏ ପଟୁ ଚଢ଼ଉ ଅରମ୍ଭ କରିଥିଲେ । ଅନ୍ୟପଟେ ଛତିଶଗଡ଼ ପୁଲିସ ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା । ଦୁଇ ପଟୁ ଏକକାଳୀନ ଅପରେସନ ଯୋଗୁଁ ଚକ୍ରବୁ୍ୟହରେ ଫସି ଯାଇଥିଲେ ନକ୍ସଲ । ବହୁ ସମୟ ଧରି ଗୁଳି ବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ସୁରକ୍ଷା କର୍ମୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରି ୩ ନକ୍ସଲଙ୍କ ଶବ ଠାବ କରିଥିଲେ । ସେହିପରି ଏସଏଲଆର ଓ ଏକେ-୪୭ ଜବତ କରାଯାଇଛି । ସୁରକ୍ଷା କର୍ମୀଙ୍କ କୌଣସି କ୍ଷତି ହୋଇ ନଥିବା ବସ୍ତର ଆଇ.ପି ସୁନ୍ଦରରାଜ ପ୍ରକାଶ କରିଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook