Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟର ପ୍ରତି ଗାଁକୁ ଗଡ଼ିବ ବସ , ୫୫ ବସ୍‌ଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନକଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Dec 24, 2021    Views: 4394

    ଭୁବନେଶ୍ୱର: ସ୍ମାର୍ଟ ହେବ ରାଜ୍ୟର ସବୁ ବସଷ୍ଟାଣ୍ଡ। ରାଜ୍ୟର ପ୍ରତି ଗାଁକୁ ଗଡ଼ିବ ବସ । ଗ୍ରାମଞ୍ଚଳକୁ ସହଜ ହେବ ବସସେବା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୨୨ଟି ଜିଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ବି ସ୍ବତନ୍ତ୍ର ସୁବିଧା ରହିବ। ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍‌ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ। ସମଗ୍ର ରାଜ୍ୟରେ ଲୋକଙ୍କୁ ସଂଯୋଗ କରିବାରେ ଏକ ମାଧ୍ୟମ ସାଜିବ। ରାଜ୍ୟରେ ଗାଁ ଗାଁକୁ ଯୋଡ଼ିବା ଓ ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ଯାତାୟାତ ସେବା ଯୋଗଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି। ନୂଆ ବସ୍‌ ଷ୍ଟାଣ୍ଡ ଗୁଡ଼ିକର ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମକୁ ୫-ଟି ସଚିବ ଭିକେ ପାଣ୍ଡିଆନ୍ ପରିଚାଳନା କରିଥିବାବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ।
    ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତିକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଗାଁ ଗାଁର ଲୋକେ ସହରକୁ ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବା ପାଇଁ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ରାଜ୍ୟର ୨୨ଟି ଜିଲାରେ ନିର୍ମାଣ ହେବ। କେନ୍ଦୁଝର ଜିଲାରେ ସର୍ବାଧିକ ୯ଟି ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ।
    ଅନୁଗୁଳ ଜିଲାର ଭୀମକନ୍ଦା, ପାଳଲହଡ଼ା, ବାଲେଶ୍ୱର ଜିଲ୍ଲାର ରିଆ, ମଥାନି, କାଚୁଆପଡ଼ା, ଦେହୁଡା, ଭଦ୍ରକ ଜିଲ୍ଲାର ଦକ୍ଷିଣ ଧାମରା, ବାସୁଦେବପୁର, ବଲାଙ୍ଗୀର ଜିଲାର ଲୋଇସିଂହା, ବଙ୍ଗୋମୁଣ୍ଡା, ବୌଦ୍ଧ ଜିଲାର ପୁରୁଣାକଟକ, କଣ୍ଟାମାଳ, କଟକ ଜିଲାର କୁନେଇପଡ଼ା, ଢେଙ୍କାନାଳ ଜିଲାର ନିଜିଗ୍ରହ, ଢେଙ୍କାନାଳ ସହର, ଗଜପତି ଜିଲାର ଆର୍‌.ଉଦୟଗିରି, ନୂଆଗଡ଼, ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କଳାହାଣ୍ଡିର ଧରମଗଡ଼, ଜୁନାଗଡ଼, କନ୍ଧମାଳର ତିପାରିଗାଁ, କେନ୍ଦ୍ରାପଡ଼ାର ନଦୀଆବରେଇ, ମାର୍ଶାଘାଇ, ନିଆଳ, ବାଘବୁଡ଼ା ଓ ସାନବେଡ଼ା (ଗୋପାଳପୁର)ରେ ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook