Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ

    Share on :
    ajab-Image
    Date: Aug 14, 2021    Views: 6457

    ଭୁବନେଶ୍ବର:  ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ । ଆଗକୁ ମଧ୍ୟ ଏପରି ଉନ୍ନତି ମୂଳକ କାର୍ୟ୍ୟ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା ମାନଙ୍କ ସଶକ୍ତିକରଣ । ଆଉ କ୍ରୀଡା ପ୍ରତିଭାର ବିକାଶ - ଏ ସବୁ କାର୍ୟ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା । ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିଛନ୍ତି । ମୋଟ ୨୧୫ କୋଟି ଟଙ୍କାର ୨୯ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଛି ।
    ମୁଖ୍ୟମନ୍ତ୍ରୀମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ୟ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ଗାଁକୁ ସହର ସହିତ ଯୋଡିବା ସହ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି ।ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାରେ ଏକ ଉଚ୍ଚସ୍ତରୀୟ ସେତୁ ଉଦଘାଟିତ ହୋଇଛି । ଏହା ସହ ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।କାର୍ୟ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।ଜଗତସିଂହପୁର ଓଡିଶା ବିକାଶର ମୁଖ୍ୟଦ୍ୱାର: ମୁଖ୍ୟମନ୍ତ୍ରୀଜଗତସିଂହପୁର ଓଡିଶା ବିକାଶର ମୁଖ୍ୟଦ୍ୱାର: ମୁଖ୍ୟମନ୍ତ୍ରୀମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ଡ଼. ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook