Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RajyaSabha

ମୁଖ୍ୟ ଖବର

    କାହିଁକି ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ?

    Share on :
    ajab-Image
    Date: Jun 25, 2022    Views: 3397

    ଭୁବନେଶ୍ୱର : ଜଗତର ନାଥ ଜଗନ୍ନାଥ । ଯାହାଙ୍କ ବାହୁ ମହାବାହୁ, ଆଖି ଚକାଆଖି, ଦାଣ୍ଡ ବଡଦାଣ୍ଡ, ଭୋଗ ମହାପ୍ରସାଦ, ନେତ ପତିତପାବନ, ଦେଉଳ ବଡଦେଉଳ, ପାହାଚ ବାଇଶି ପାହାଚ, ଯିଏ ଓଡିଆର ଶାଗ ପଖାଳକୁ ଭଲ ପାଆନ୍ତି, ଯିଏ ବନ୍ଧୁ ବୋଲି କହି ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଯାଚି ଦେଇଥିଲେ, ଯିଏ ଶ୍ରୀବସô ବ୍ରାହ୍ମଣ ଠାରୁ ଗୋଇଠା ଖାଇଥିଲେ, ଯିଏ ଶବରୀର ଅଇଁଠା ଖାଇଥିଲେ ସେ ହେଉଛନ୍ତି ସାକରାର ବ୍ରହ୍ମ ଜଗନ୍ନାଥ  । ସେ ସର୍ବଦା ସ୍ୱତନ୍ତ୍ର ଓ ନିରାକାର ଅଟନ୍ତି । ବର୍ଷକୁ ଥରେ ସାରା ବିଶ୍ୱବାସୀଙ୍କୁ ଦର୍ଶନ ଦେବା ପାଇଁ ଓହ୍ଲେଇ ଆସନ୍ତି ବଡଦାଣ୍ଡର ନନ୍ଦିଘୋଷ ରଥକୁ । ଏହି ଓଡିଶାର ମଉଡମଣିଙ୍କ ରଥର ନାମ ନନ୍ଦିଘୋଷ ରଖାଯିବା ପଛରେ ଏକ କାରଣ ରହିଛି । ବାସ୍ତବରେ ନନ୍ଦି ଓ ଘୋଷ ଶଦ୍ଧର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ । ନନ୍ଦି ହେଉଛନ୍ତି ଭଗବାନ ଶିବଙ୍କ ବାହାନ ଓ ଘୋଷ ହେଉଛନ୍ତି ଗର୍ଜନ । ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି  ନନ୍ଦିଘୋଷ ।  ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶଦ୍ଧଟି ଜଡିତ । ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ମାନେ ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥିବା ସମୟରେ ଇନ୍ଦ୍ରଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବାକୁ ଚେଷ୍ଠା କଲେ ଓ ପ୍ରଭୁ ରାମ ବନବାସୀ ହୋଇଥିବାରୁ ତାଙ୍କ ପାଖରେ କୌଣସି ରଥ ନଥିଲା । ଏରୁ ତାଙ୍କୁ ଗୋଟିଏ ରଥ ପ୍ରଦାନ କରିଥିଲେ ଦେବରା ଇନ୍ଦ୍ର । କିନ୍ତୁ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ,  ସେହି ସମୟରେ ବିଷ୍ଣୁ ରୂପି ରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶାବ ନନ୍ଦିଙ୍କୁ ପ୍ରେରଣ କଲେ ।ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନଥିବାରୁ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହେଲେ ନନ୍ଦି । ଦୁଇ ମହାଶକ୍ତି ଏକାଠି ହୋଇ ଓ ସୂଦର୍ଶନ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁଁ ନନ୍ଦି ଭୀଷଣ ଗର୍ଜନ କଲେ ଓ ସେହି ଗର୍ଜନ ଫଳରେ ରାବଣର ଅର୍ଦ୍ଧାଧିକ ସୈନ୍ୟ ପ୍ରଣ ହରାଇଲେ ଓ ଶ୍ରୀରାମଙ୍କ ବିଜୟ ପଥ ସୁଗମ ହେଲା । ଏଣୁ ଇନନ୍ଦ୍ରଙ୍କର ଏହି ରଥର ନାମ ହେଲା ନନ୍ଦିଘୋଷ । ପୁରୀରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ବିରାଜମାନ କରୁଥିବା ଏହି ରଥରେ ମହାପ୍ରଭୁଙ୍କ ବିଗ୍ରହଙ୍କ ସହ ତାଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ମଦନ ମୋହନ ମଧ୍ୟ ଗୁଣ୍ଡିଚା ଯାତ୍ରା କରିଥାନ୍ତି ।    

     

    Maximum 500 characters

    RajyaSabha View all

    Find Us on Facebook