Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧଳା ବାଘୁଣୀ ସ୍ନେହା ମୃତ

    Share on :
    ajab-Image
    Date: Apr 19, 2024    Views: 4116

    ଭୁବନେଶ୍ୱର: ନନ୍ଦନକାନନର ଧଳା ବାଘୁଣୀ ସ୍ନେହା ମୃତ । ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି । ଗତକାଲି ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ବାଘୁଣୀ ସ୍ନେହାକୁ ୧୪ ବର୍ଷ ହୋଇଥିଲା । ୨୦୧୦ ମସିହାରେ ନାଲି ରଙ୍ଗର ମହାବଳ ବାଘ ନିଶାନ ଓ ଧଳା ରଙ୍ଗର ବାଘୁଣୀ କୁସୁମଙ୍କ ମିଳନରୁ ଜନ୍ନଲାଭ କରିଥିଲା ବାଘୁଣୀ ସ୍ନେହା । ସେ ତିନି ଥର ଗର୍ଭ ପ୍ରସବ କରି ମୋଟ ୮ଟି ଶାବକର ଜନନୀ ହୋଇପାରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook