Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଏମସିର କଂଗ୍ରେସ ମେୟର ପ୍ରାର୍ଥୀ, ଆଜି ବିଧିବଦ୍ଧ ଘୋଷଣା

    Share on :
    ajab-Image
    Date: Mar 4, 2022    Views: 6336

    ଭୁବନେଶ୍ୱର: କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍‌ ପଦବୀ ପାଇଁ ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ୟ୍ୟ ।  ଶୁକ୍ରବାର  ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି ।

    ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି ।

    ଅପରପକ୍ଷେ, ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ମାନସ ମନ୍ଥନ ଆରମ୍ଭ ହୋଇଛି । ଗାଁରେ ଭୋଟର ମୁହଁ ଫେରାଇବା ପରେ ସହରରେ ଭଲ ପ୍ରଦର୍ଶନ କରିବା ପାଇଁ କଂଗ୍ରେସ ସମୀକ୍ଷା କରିଛି । ପୌର ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନୟକ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook