ମୁଖ୍ୟ ଖବର
ଭୁବନେଶ୍ୱର: ପାଖେଇ ଆସୁଛି ପୌର ନିର୍ବାଚନ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ବିଭିନ୍ନ ଦଳର ପ୍ରାର୍ଥୀମାନେ କିପରି ଭୋଟ ହାତେଇବେ, ଏନେଇ ଜୋରଦାର ପ୍ରଚାର କରୁଛନ୍ତି । ଘରକୁ ଘର ବୁଲି କ୍ୟାମ୍ପେନିଂ କରିବା ସହିତ ଭୋଟରଙ୍କୁ ଗଦାଗଦା ପ୍ରତିଶ୍ରୁତି ଦେଉଛନ୍ତି । ରାଜଧାନୀ ଭୁବନେଶ୍ୱରର ପ୍ରତ୍ୟେକ ୱାର୍ଡରେ ଅନେକ ସମସ୍ୟା ରହିଛି ।
୬୭ ନମ୍ବର ୱାର୍ଡରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ବର୍ତ୍ତମାନ ଯେଉଁ କବରସ୍ଥାନଟି ଅଛି ତାହା ଯଥେଷ୍ଟ ନୁହେଁ । ତେଣୁ ଏଠାରେ ଏକ ନୂତନ କବରସ୍ଥାନର ନିହାତି ଆବଶ୍ୟକତା ରହିଛି । ତେଣୁ ଏହି ୱାର୍ଡରେ ଏକ ନୂତନ କବରସ୍ଥାନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ୬୭ନମ୍ବର ୱାର୍ଡର ବିଜେପି ପ୍ରାର୍ଥିନୀ ମଧୁସ୍ମିତା ପ୍ରଧାନ। ଏହା ସହ ବହୁଦିନ ଧରି ୬୭ନମ୍ବର ୱାର୍ଡରେ ରହିଥିବା ପାନୀୟ ଜଳ ସମସ୍ୟା, ସ୍ୱେରେଜ୍ ଓ ଡ୍ରେନେଜ୍ ସମସ୍ୟାର ସମାଧାନ, ମଶା ଦାଉରୁ ରକ୍ଷା ପାଇବା ପାଇଁ ଗଙ୍ଗୁଆ ନାଳ ଓ କେନାଲକୁ ସଫା କରାଯାଇ ବ୍ୟବହାର ଉପଯୋଗୀ ପାଣି ଚଳାଚଳ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧୁସ୍ମିତା ତାଙ୍କ ପ୍ରଚାର ସମୟରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯୁବକମାନଙ୍କ ପାଇଁ ଜିମ୍, ମହିଳା, ଓ ବରିଷ୍ଠ ନାଗରିକଙ୍କ ପାଇଁ କମୁ୍ୟନିଟି ହଲ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ