Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଣେଶ ଚତୁର୍ଥୀ:ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

    Share on :
    ajab-Image
    Date: Sep 19, 2023    Views: 3619

    ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରା ପୃଷ୍ଠକୁ ଓହ୍ଳାଇ ଆସିବେ ବିଘ୍ନ ବିନାଶକ ଗଜାନନ । ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ୟ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି କହିଛନ୍ତି, "ସମସ୍ତ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ମୁଁ ଶୁଭେଚ୍ଛା ଜଣାଉଛି । ଆଜିର ଏହି ଶୁଭ ଦିନ ସମସ୍ତ ଜୀବନରେ ସୌଭାଗ୍ୟ, ସମୃଦ୍ଧତା ସଫଳତା ଆଣୁ । ଗଣପତି ବାପ୍ପା ମୋରେୟା । ଶୁଭେଚ୍ଛା ଜଣାଇବା ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ମୋଦି ଯେଉଁଥିରେ ସେ ଗଣେଶ ଠାକୁରଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳିଛି ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook