Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    କ’ଣ ଏହି ଏମଆଇ ସିଣ୍ଡ୍ରୋମ ଜାଣନ୍ତୁ

    Share on :
    ajab-Image
    Date: Sep 9, 2021    Views: 2734

    ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଛୁଆଙ୍କ ସଂକ୍ରମଣରେ ରୋକ ଲାଗୁନି । ଦୈନିକ ୧୦୦ରୁ ଅଧିକ ଛୁଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସୁଥିବାରୁ ଏକ ବଡ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୭ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ । ଏହା ଭିତରେ କୋଭିଡ୍ ସଂକ୍ରମିତ ଛୁଆଙ୍କ ଭିତରେ ଏମଆଇ ସିଣ୍ଡ୍ରୋମ ବଢୁଛି, ଯାହାର ଉପଯୁକ୍ତ ଚିକିସôା ନ ହେଲେ ମାରାତ୍ମକ ହେବ ବୋଲି କୁହାଯାଇଛି । ତେଣୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର, ଲକ୍ଷଣ ଦେଖା ଦେଉ ଦେଉ ଏହାର ଉପଯୁକ୍ତ ଚିକିସôା କରି ପିଲାଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି,  କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଠାରେ ଏମଆଇ ସିଣ୍ଡ୍ରୋମ ବଢୁଛି । ଦ୍ୱିତୀୟ ଲହରୀରେ ବହୁତ ପିଲା ଏମ୍ଆଇ  ସିଣ୍ଡ୍ରୋମରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା ଓ ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
    ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତୁ୍ୟହାର କମିବ । ଏବେ ଏହାର ଚିକିସôା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି ।  ଖୁବ୍ ଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିସôା ସୁବିଧା ମିଳିବ ବୋଲ ସେ କହିଛନ୍ତି । 

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook