Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣ ଚାପଗ୍ରସ୍ତ ଅଛନ୍ତି କି ? ଆପଣାନ୍ତୁ ଏହି ଉପାୟ

    Share on :
    ajab-Image
    Date: Oct 7, 2022    Views: 2456

    ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀ ଆପଣେଇବା କ୍ଷେତ୍ରରେ ଲୋକେ ଭୁଲିଗଲେଣି ବଞ୍ଚିବା । ନିଜ ପରିବାର ପିଲାଛୁଆଙ୍କ ସହ ସମୟ ବିତାଇବା । ଯେଉଁଥିପାଇଁ ଲୋକେ ବିଭିନ୍ନ ପ୍ରକାରର ଚାପ ନେବା ସହିତ ଏହା ରୋଗର ମଧ୍ୟ ମୁଖ୍ୟ କାରଣ ସାଜିଛି । ଚାପ ସରିବା ପରେ ଶରୀର ପୁଣି ସାଧାରଣ ସ୍ଥିତିକୁ ଚାଲି ଆସିଥାଏ । ଯଦି ଆପଣଙ୍କୁ ସର୍ବଦା ଚାପରେ ରହିବାକୁ ପଡୁଛି, ଏହାକୁ କ୍ରନିକ ଚାପ ବୋଲି କୁହାଯାଇଥାଏ । ଯାହା ଏକ ପ୍ରକାର ରୋଗ ଭାବେ ଉଭାହୋଇଥାଏ । ତେବେ ଏହି କ୍ରନିକ ଚାପରୁ ମୁକୁଳିବା ପାଇଁ ଆମେ କିଛି ଏମିତି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କୁ ବହୁତ ଲାଭ ଦେବ । ଆସନ୍ତୁ ଜାଣିବା ଚାପ କିପରି ଦୂର କରିବେ ।

    ଚାପ ଦୂର କରିବେ କିପରି

    ୧. ସର୍ବ ପ୍ରଥମେ ଚାପର କାରଣ ଚିହ୍ନନ୍ତୁ । କିଛି ଲୋକଙ୍କୁ ଚାପ ଆସିଲେ ମୁଣ୍ଡ ବିନ୍ଧା ହୋଇଥାଏ । କିଛି ଲୋକ ଚାପରେ ଦୁଃଖ ବା ଅବସାଦ ଅନୁଭବ କରିଥାନ୍ତି । ଯଦି ଏପରି ବାରମ୍ବାର ହେଉଛି ତେବେ ଆପଣ ଏହାକୁ ନଜର ଅନ୍ଦାଜ କରନ୍ତୁ ।

    ୨. ଅନ୍ୟ ଭଲ ଉପାୟ ହେଉଛି ଯଦି ଆପଣଙ୍କୁ ଲାଗିଲା କି ଚାପ ବଢ଼ିବାକୁ ଯାଉଛି,ତୁରନ୍ତ ଚୁପ ହୋଇ ଯାଆନ୍ତୁ । ଅର୍ଥାତ ଚାପ ଅଧିକ ହେବା ପୂର୍ବରୁ ଆପଣ ଏହାଠାରୁ ଦୂରେଇ ଯିବେ ।

    ୩. ଚିନ୍ତାରୁ ବାହାରିବାର ଅନ୍ୟ ଏକ ଭଲ ଉପାୟ ହେଉଛି ନିଶ୍ୱାସ ନେବା ପ୍ରକ୍ରିୟା ବା ବ୍ରିଦିଂ ଏକ୍ସରସାଇଜ । ଅଧିକ ଟେନସନ ଆସିଲେ ଜୋର ଜୋର ପ୍ରଶ୍ୱାସ ନିଅନ୍ତୁ ।

    ୪. ସର୍ବଦା ଯୋଜନା ସହ କାମ କରନ୍ତୁ । ଜୀବନରେ ଅଧେ ଚିନ୍ତା ହେଉଛି ଜଣେ ଅନ୍ୟ ଜଣଙ୍କ ଉପରେ କ୍ରୋଧ ପ୍ରକାଶ କରିବା । କାମ ପ୍ରେସର ମଧ୍ୟ ଆଉ ଏକ ଚିନ୍ତାର କାରଣ । ତେଣୁ ଯୋଜନା ବନାଇ କାମ କରନ୍ତୁ ।

    ୫. ଚିନ୍ତାରୁ ଦୂରରେ ରହିବା ପାଇଁ ଆପଣ ସର୍ବଦା ପଜିଟିଭ କଥା ଭାବନ୍ତୁ ।

    ୬. ଚିନ୍ତାରୁ ବଂଚିବା ପାଇଁ ମେଣ୍ଟାଲ ହେଲ୍‌ଥ ଉପରେ ଧ୍ୟାନ ଦିଅନ୍ତୁ । ଭଲ ଖାଦ୍ୟ ଓ ନିଦ୍ରା ଯାଆନ୍ତୁ । ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ଏହି ନିୟମ ସବୁ ପ୍ରକାର ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook