Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

State Board

ମୁଖ୍ୟ ଖବର

    ଇଂରାଜୀରୁ ଆରମ୍ଭ ହେଲା ଅଫଲାଇନ୍ ମାଟ୍ରିକ ପରୀକ୍ଷା

    Share on :
    ajab-Image
    Date: Apr 29, 2022    Views: 6531

    କଟକ: ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି  । ପ୍ରଥମ ଦିନରେ ଛାତ୍ରଛାତ୍ରୀ  ଇଂରାଜୀ ପରୀକ୍ଷା ଦେଇଛନ୍ତି  । ଏହି ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପ୍ରସ୍ତୁତ କରିଥିବା ପ୍ରଶ୍ନପତ୍ରଗୁଡ଼ିକୁ ନୋଡ଼ାଲ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟରେ ସକାଳ ୭ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲା । ଆଜି ସକାଳ ୭ଟାରେ ପରୀକ୍ଷାର୍ଥୀ କେନ୍ଦ୍ରରେ ପ୍ରବେଶ କରିଥିଲେ । 

    ପରୀକ୍ଷା ସୁପରିଚାଳନା ଲାଗି ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାାଇଛି  । ପରୀକ୍ଷା କରିଚାଳନାରେ ତ୍ରୁଟି କିମ୍ବା ସନେ୍ଦହ ହେଲେ କିମ୍ବା କୌଣସି ସମସ୍ୟା ଉୁପୁଜିଲେ କଣ୍ଟ୍ରୋଲ୍ ରୁମ ନମ୍ବର ୦୬୭୧-୨୪୧୨୦୫୯ରେ ଯୋଗାଯୋଗ କରିବେ । ସେହିରି ପରୀକ୍ଷା ହଲରେ କିଛି ତ୍ରୁଟି ହେଉଥିଲେ କିମ୍ବା ପ୍ରଶ୍ନପତ୍ର ପ୍ରଘଟ ଆଦି ଅନିୟମିତତା ନଜରକୁ ଆସିଲେ ଉକ୍ତ କଣ୍ଟ୍ରୋଲ ରୁମ୍ ନମ୍ବରରେ ଜଣାଇପାରିବେ ବୋଲ ବୋର୍ଡ ପକ୍ଷରୁ କୁହାଯାଇଛି  । କଣ୍ଟୋ୍ରଲ ରୁମ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ  ।

    Maximum 500 characters

    State Board View all

    Find Us on Facebook