Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

State Board

ମୁଖ୍ୟ ଖବର

    ଜାଣନ୍ତୁ ମାଟ୍ରିକ୍ ପରୀକ୍ଷା କାର୍ୟ୍ୟସୂଚୀ

    Share on :
    ajab-Image
    Date: Mar 25, 2022    Views: 7870

    କଟକ: ଏପ୍ରିଲ ୨୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ସମେଟିଭ୍ ଆସେସ୍ମେଣ୍ଟ-୨ ପରୀକ୍ଷାର ସମୟ ନିର୍ଘଣ୍ଟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜାରି କରାଯାଇଛି। ଏଥର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଭୋକେସନାଲ ଟ୍ରେଡ ଏବଂ ଟିଏଲ୍ଭି ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ମାର୍କର ପରୀକ୍ଷା କରାଯିବ । ଏଥିରେ ୫୦ନମ୍ବର ଅବଜେକ୍ଟିଭ୍ ତଥା ମଲ୍ଟିପଲ ଚଏସ୍ ପ୍ରଶ୍ନପତ୍ର ରହିବ । ଅବଶିଷ୍ଟ ୩୦ନମ୍ବର ପ୍ରଶ୍ନ ସବଜେକ୍ଟିଭ୍ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅବଜେକ୍ଟିଭ୍ର ଉତ୍ତର ଓଏମ୍ଆର୍ ଆନସର୍ ସିଟରେ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର କୋଶ୍ଚିନରେ ସଂଲଗ୍ନ ହୋଇଥିବା ଉତ୍ତର ଖାତାରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ପ୍ରତିବର୍ଷ ମାଟ୍ରିକ୍ ପ୍ରଥମ ପରୀକ୍ଷା ସାହିତ୍ୟ ବିଷୟରୁ ଆରମ୍ଭ ହେଉଥିବାବେଳେ ଏଥର ପ୍ରଥମରୁ ଇଂରାଜୀ ପରୀକ୍ଷା କରାଯିବାକୁ ସ୍ଥିର କରାଯାଇଛି ।

     ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧୦ଟା ଯାଏ ଚାଲିବ । ସେହିପରି ଦ୍ୱିତୀୟ ଦିନ ମେ୧ ତାରିଖ ରବିବାର ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର୍ଥୀଙ୍କ ଟିଏଲଭି ପ୍ରାକ୍ଟିକାଲ ପରୀକ୍ଷା, ମେ’ ୨ରେ ଗଣିତ ପାରୀକ୍ଷା ସକାଳ ୮ଟାରୁ ୧୦ଟା ୧୫ ଯାଏ ସମୟ ନିର୍ଘଣ୍ଟ ରହିଛି । ୪ତାରିଖରେ ସାଧାରଣ ବିଜ୍ଞାନ ପରୀକ୍ଷା, ୫ରେ ସାହିତ୍ୟ ପରୀକ୍ଷା, ୬ରେ ହିନ୍ଦୀ/ ସଂସ୍କୃତ ପରୀକ୍ଷା, ସେହିପରି ୬ରେ ଭୋକେସନାଲ ପରୀକ୍ଷାର୍ଥୀଙ୍କର ଥିଓରୀ ପରୀକ୍ଷା ଓ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି । ତେବେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ସାହିତ୍ୟ, ସାଧାରଣ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ପୃଥକ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

    ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା (୫୦ ନମ୍ବର ସମ୍ବଳିତ) ୨ତାରିଖରୁ ଆରମ୍ଭ ହୋଇ ୧୩ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ପରୀକ୍ଷା ଓସେପା ତତ୍ତ୍ୱାବଧାନରେ ନିଜ ବିଦ୍ୟାଳୟରେ କରାଯିବ ।

    Maximum 500 characters

    State Board View all

    Find Us on Facebook